ଟେକ୍ନୋଲୋଜି ପ୍ରୟୋଗରେ ବଢିପାରିବ ରାଜ୍ୟରେ ଶିକ୍ଷାର ମାନ : ଯୁବ ଇଂଜିନିଅର ଛାତ୍ରଙ୍କ ନିଆରା ଉଦ୍ୟମ ; ପାଠପଢା ଡଟ୍ ଇନ୍ ଜରିଆରେ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ

ଓଡିଆ ପୁଅ ଭବତୋଷ ମହନ୍ତଙ୍କ ଉଦ୍ୟମକୁ ସବୁ ବର୍ଗରୁ ମିଳୁଛି ପ୍ରଶଂସା

199

କନକ ବ୍ୟୁରୋ : ରାଜ୍ୟର ଶିକ୍ଷାର ବିକାଶ କ୍ଷେତ୍ରରେ କିଭଳି ଟେକ୍ନୋଲଜିର ପ୍ରୟୋଗ ହୋଇପାରିବ ସେହି ମର୍ମରେ ଜଣେ ଯୁବ ଇଂଜିନିଅର ଛାତ୍ରଙ୍କ ସୃଷ୍ଟି ହେଉଛି ପାଠପଢା ଡଟ୍ ଇନ୍ । ଏହି ଛାତ୍ର ଜଣକ ହେଉଛନ୍ତି ରାଉରକେଲାର ଭବତୋଷ ମହନ୍ତ ଏବଂ ସେ ବର୍ତମାନ ଭୁବନେଶ୍ୱର ସ୍ଥିତି ଟ୍ରିପଲ ଆଇଟିରେ ଇଂଜିନିଅରିଂ ପଢୁଛନ୍ତି । ପ୍ରଗତିଶୀଳ ଦୁନିଆରେ ଟେକ୍ନୋଲଜି ମାଧ୍ୟମରେ ପିଲାଙ୍କ ପାଠପଢାଇବାକୁ ସେ ସଂକଳ୍ପବଦ୍ଧ ଥିବା କହିଛନ୍ତି । ଭବତୋଷଙ୍କ ମତରେ ଇ-ପାଠ ପଢାକୁ ଗୁରୁତ୍ୱ ଦେଲେ ଆଗକୁ ଶିକ୍ଷାକ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ନେଇ ପାରିବ ।

ଭବତୋଷଙ୍କ ପାଠପଢା ଡଟ୍ ଇନ୍ ସାଇଟ୍ରେ ବିନା ମୂଲ୍ୟରେ ୨୪ ଘଂଟା ଆଗ୍ରହୀ ପିଲାମାନେ କୋଡିଂ, କମ୍ପ୍ୟୁଟର ଲାଂଗୁଏଜ୍, ରୋବୋଟିକ୍ସ, କ୍ୟାରିଅର କାଉନସେଲିଂ ଆଦି ପାଇପାରିବେ । ତାଙ୍କର ଏହି ଉଦ୍ୟମକୁ ବହୁ ବର୍ଗରୁ ଛୁଟିଛି ପ୍ରଶଂସାର ସୁଅ । ବରିଷ୍ଠ ପ୍ରଶାସନିକ ଅଧିକାର ଅରବିନ୍ଦ ପାଢୀ, କନକ ନ୍ୟୁଜ୍ ଏଡିଟର ମନୋରଂଜନ ମିଶ୍ର ପ୍ରମୁଖ ଓଡିଆ ପୁଅଙ୍କ ଏହି ଉଦ୍ୟମକୁ ସାଧୁବାଦ ଜଣାଇ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବର୍ତମାନ ଛତିଶଗଡର ଭିଲାଇରେ ରହୁଥିବା ଓଡିଆ ପୁଅ ଭବତୋଷ ଆଗାମୀ ଦିନରେ ଏକାଧି ପ୍ରକଳ୍ପ କରିବାର ଲକ୍ଷ୍ୟ ରଖିଛନ୍ତି ।