ପଠାନକୋଟରେ ହାଇଆଲର୍ଟ ! ବାୟୁସେନା ଘାଟି ଓ ମାମୁନ କ୍ୟାଂଟନମେଂଟ୍ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା

28

କନକ ବ୍ୟୁରୋ : ପଠାନକୋଟରେ ହାଇଆଲର୍ଟ । ବାୟୁସେନା ଘାଟିରେ ସନ୍ଦିଗ୍ଧଙ୍କ ସୂଚନା ମିଳିବା ପରେ ପୋଲିସ ଓ ବାୟୁସେନା ପକ୍ଷରୁ ଆରମ୍ଭ ହୋଇଯାଇଛି ସର୍ଚ ଅପରେସନ୍ । ପଠାନକୋଟ୍ ବାୟୁସେନା ଘାଟି ଓ ମାମୁନ କ୍ୟାଂଟନମେଂଟ୍ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସର୍ଚ ଅପରେସନରେ ସେନାର ସ୍ୱାତ ୟୁନିଟର ଯବାନ ମାନଙ୍କ ସହ ଅର୍ଦ୍ଧସାମରିକ ବଳ ଓ ପୋଲିସକୁ ସାମିଲ କରାଯାଇଛି । ବାୟୁସେନାର ହେଲିକପ୍ଟର ମାଧ୍ୟମରେ ମଧ୍ୟ ଛାନଭିନ ଜାରି ରହିଛି ।

ବାୟୁସେନା ଘାଟି ନିକଟରେ ଥିବା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯାଇଛି । ସେନା ସହ ପଂଜାବ ଓ ହିମାଚଳ ପ୍ରଦେଶର ସ୍ପେଶାଲ୍ ପୋଲିସ ଟିମ୍ ସର୍ଚ ଅପରେସନ ଜାରି ରଖିଛନ୍ତି । ୫ ଶହରୁ ଅଧିକ ପୋଲିସ ଓ ସେନା ଯବାନ ପଠାନକୋଟର ପ୍ରତି ଅଂଚଳରେ ସନ୍ଦିଗ୍ଧଙ୍କୁ ଖୋଜୁଛନ୍ତି । ଗତବର୍ଷ ଜାନୁଆରୀରେ ଏଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ସହ ୭ ଜଣ ଯବାନ ପ୍ରାଣ ହରାଇଥିଲେ ।