ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର...ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

Advertisment
ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର...ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର। ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌। ସେହିପରି ବୁର୍ଲା ପ୍ଲାନେଟାରିୟମ୍‌ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ସବୁ ପ୍ଲାନେଟାରିୟମ୍‌ ଆଗ ଭଳି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ। ପ୍ଲାନେଟାରିୟମ୍‌ ପରିସରରେ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍‌ କରିବା ବାଧ୍ୟତାମୂଳକ କରାଯାଇଛି।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାନେଟାରିୟମ୍‌ ଭିତରର ପ୍ରତିଟି ସୋ’ ପାଇଁ ଆମେ ୫୦ଜଣଙ୍କୁ ହିଁ ଅନୁମତି ଦେବୁ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍‌ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍‌ ରହିଛି। କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍‌ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ। ସୋ’ ହଲ୍‌କୁ ନିୟମିତ ବ୍ୟବଧାନରେ ବିଶୋଧିତ କରାଯିବ। ୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି। ଫଳରେ ହଲ୍‌କୁ ଭଲ ଭାବେ ବିଶୋଧିତ କରାଯାଇପାରିବ। ଏଥିସହ ପରବର୍ତୀ ଓ ପଛ ସିଟ୍‌କୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି। ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ୩ଟି ସୋ’ ହିଁ ପଡ଼ିବ। ଓଡ଼ିଆରେ ‘ଆକାଶର ଅସରନ୍ତି କଥା’, ହିନ୍ଦୀରେ ‘ରହସ୍ୟମୟ ବିଶ୍ବ’ ଓ ଇଂରାଜୀରେ ‘ସିକ୍ରେଟ୍‌ସ୍‌ ଅଫ୍‌ ସନ୍‌’। ଏହି ସବୁ ସୋ’ ୩୦ରୁ ୪୦ମିନିଟ୍‌ ଭିତରେ ରହିଛି। ମଝିରେ ମଝିରେ ସୋ’ ବି ପରିବର୍ତ୍ତନ କରାଯିବାର ଯୋଜନା ହେଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe