ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ପ୍ରଦୀପ । କହିଲେ, ପାଠକ ବାପା ପୁଅ ଅତି ଭଦ୍ର ଲୋକ । ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଯାଉଛି 

306

କନକ ବ୍ୟୁରୋ : ବିଜେଡ଼ିରୁ ବହିଷ୍କୃତ ହେବା ପରେ ସଫେଇ ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ନିର୍ଦ୍ଦୋଷ ବୋଲି କହିଛନ୍ତି ପ୍ରଦୀପ । କିଛି ଦିନ ପୂର୍ବରୁ ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ହେବାର ଥିଲା । ଆଜି ସାମ୍ବାଦିକ ସମ୍ମିଳନୀରେ ହେବାକୁ ଥିବା ଜ୍ୱାଇଁକୁ କ୍ଲିନଚିଟ୍ ଦେଇ ଅତି ଭଦ୍ର ଲୋକ ବୋଲି କହିଛନ୍ତି ।

ଭିଜିଲାନ୍ସ ଓ ବାକି ସମସ୍ତେ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଆଜି ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କୁ ଦଳରୁ ବହିଷ୍ୃତ କରାଯାଇଛି । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପାଠକଙ୍କ ବାପ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦକୁ ଆସିଥିଲେ ପ୍ରଦୀପ । ଟାଟାର ଜାଲ ନିଯୁକ୍ତିପତ୍ର ନେଇ ପ୍ରଦୀଙ୍କ ଭୂମିକା ଥିଲା ସନ୍ଦେହରେ । ଏହା ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।