ବାବୁଙ୍କୁ ଦରକାର ଥିଲା ବଟର…ପୋଲିସ ଦେଲା ମଟର । ଡଲଫ ଗଦିରୁ ଜେଲ୍ ବିଛଣା…ପଢ଼ନ୍ତୁ ଜେଲରେ କେମିତି କଟିଲା ପାଠକ ବାପ ପୁଅଙ୍କ ରାତି ।

497
କନକ ବ୍ୟୁରୋ: ଦିନେ ଯିଏ ଲକ୍ଷାଧିକ ଟଙ୍କାର ଡାଇନିଂର ମଜା ନେଉଥିଲେ, ସେ ଆଜି ଲମ୍ବା ଧାଡିରେ ଠିଆ ହୋଇ ଖାଇବା ଅପେକ୍ଷାରେ । ବିଳାସପୂର୍ଣ୍ଣ ପଲଙ୍କର ଆରାମ ଗଦି ନହେଲେ ଯାହାଙ୍କୁ ନିଦ ହେଉ ନଥିଲା, ସିଏ ଏବେ ସିମେଂଟ ଚଟାଣ ଉପରେ ଶୋଇଛି । ଏବେ ଷ୍ଟାର ହୋଟେଲର ରଙ୍ଗୀନ କୋଠରୀ  ନୁହେଁ ବରଂ ଜେଲର କାଳ କୋଠରୀରେ ରାତି ବିତୁଛି ବାପା ପୁଅଙ୍କର । କାହିଁକି ଏବେ ଏମାନଙ୍କର ନୂଆ ଠିକଣା ରାଜଧାନୀର ଝାରପଡା ଜେଲ । ଜେଲର ୱାର୍ଡ ନମ୍ବର ୧୧ରେ ବାପା ଅଭୟକାନ୍ତ ପାଠକ ଏବଂ ୱାର୍ଡ ନମ୍ବର ୯ରେ ପୁଅ ଆକାଶ ପାଠକ ।
ଜେଲ ଭିତରେ ବି ରାଜକୀୟ ଠାଣି ଦେଖାଇବାକୁ ପଛାଇ ନାହାନ୍ତି ପୁଅ ଆକାଶ । ସକାଳ ଜଳଖିଆରେ ସେ ମାଗୁଥିଲେ ବ୍ରେଡ ଆଉ ବଟର । ସେ ବୋଧେ ଭୁଲି ଯାଇଥିଲେ  ଯେ ଏହା କୌଣସି ଷ୍ଟାର ହୋଟେଲ ନୁହେଁ ସେ ଏବେ ଜେଲରେ । ଜେଲର କର୍ମଚାରୀ ସଫା ସଫା ଶୁଣାଇ ଦେଇଥିଲେ ଜେଲରେ ରହୁଛ, ଜେଲର ଖାଦ୍ୟ ଖାଇବାକୁ ବାଧ୍ୟ । ଧାଡି ଠିଆ ହୋଇ ଖାଦ୍ୟ ଆଣିବାକୁ ପଡିବ ଓ ନିଜ ପ୍ଲେଟ୍ ନିଜେ ଧୋଇବାକୁ ପଡିବ ।
ଜେଲର ମାନୁଆଲ ଅନୁସାରେ ଦିନ ସାଢେ ୧୧ଟାରେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଇଥିବା ବେଳେ ସଂଧ୍ୟା ସାଢେ ୫ଟାରେ ରାତି ଭୋଜନରେ ବି ସେମାନେ ସେହି ଏକା ଖାଦ୍ୟ ଖାଇଛନ୍ତି । ଦିନେ ଯିଏ ମନ ପସନ୍ଦର ଖାଇବା ନହେଲେ ଖାଉ ନଥିଲେ ଏବେ ସେହି ଠାଣି ଆଉ ଚଳିବ ନାହିଁ । ଯାହା ନିୟମ ତାକୁ ମାନିବାକୁ ପଡିବ । ପ୍ରଥମ ଦିନ ଯିଏ ରୁଟି ସନ୍ତୁଳା ଖାଇବାକୁ ମନା କରୁଥିଲା ଏବେ ସିଏ ସବୁ ଖାଇ ସଫା କରିଦେଇଛନ୍ତି ।