କନକ ବ୍ୟୁରୋ : ବହୁ ବାଦ ବିବାଦ ମଧ୍ୟରେ ଗତକାଲି ରିଲିଜ୍ ହୋଇଛି ଏସ.ଆର.କେଙ୍କ ସୁପହିଟ୍ ଫିଲ୍ମ ପଠାନ୍ । ରିଲିଜ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି ସାହାରୁଖଙ୍କ ଫ୍ୟାନ୍ସ । ଆଉ ଏହାରି ଭିତରେ ବର୍ତ୍ତମାନ ବରେଲିରୁ ଏକ ଖବର ଆସିଛି, ଯେଉଁଠି ପଠାନ୍ ମୁଭିକୁ ନେଇ ସେନେମା ହଲ୍ ଭିତରେ ଦୁଇ ଗୋଷ୍ଠି ମଧ୍ୟରେ ଭୟଙ୍କର ମାରପିଟ୍ ହୋଇଛି । ପୁରା ମଲରେ ମାରପିଟର ଆତଙ୍କ ଖେଳିଯାଇଥିବା ବେଳେ ଚାରିଆଡେ ଶୁଭିଥିଲା ଭୟଭିତ ଥିବା ଲୋକଙ୍କ ଚିତ୍କାରର ସ୍ୱର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ବରେଲିର ଏକ ମଲରେ ପଠାନ୍ ଫିଲ୍ମ ଚାଲିଥିଲା । ଯେତେବେଳେ ପଠାନ୍ ମୁଭିର ସୁପରହିଟ୍ ସଙ୍ଗ୍ ବେସରମ୍ ଗୀତ ଚାଲିଥିଲା ସେତେବେଳେ ଦୀପିକାଙ୍କ ପୋଷାକକୁ ନେଇ ଜଣେ ଯୁବକ ଅଶ୍ଲୀଳ କମେଣ୍ଟ ମାରିବା ସହ ମୋବାଇଲରେ ଭିଡିଓ ସୁଟ୍ କରିଥିଲେ । ହଲର କର୍ମଚାରୀ ଏପରି କରିବା ପାଇଁ ମାନା କରିବାରୁ ବଚସା ଆରମ୍ଭ ହୋଇଥିଲା, ଆଉ ପରେ ଜୋରଦାର ମାରପିଟ୍ ହୋଇଥିଲା । ସିନେମା ହଲରେ ଉପସ୍ଥିତ ଥିବା ବାଉଁସରମାନେ ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ସହିତ ତାଙ୍କର ଡ୍ରେସ୍ ଫାଡି ଦେଇଥିଲେ । ପରେ ଘଟଣାସ୍ଥଲରେ ପୋଲିସ ପହଞ୍ଚି କିଛି ଲୋକଙ୍କୁ ଅଟକ ରଖିବା ସହ ସିସିଟିଭି ଆଦାରରେ ପୋଲିସ ଅଧିକ ତଦନ୍ତ କରୁଛି ।