କନକ ବ୍ୟୁରୋ: ରାଜଧାନୀରେ ପଥ ଉତ୍ସବ । ଇନଫୋସିଟିରୁ ଶିଖରଚଣ୍ଡି ରାସ୍ତାରେ ଚାଲିଛି ପଥ ଉତ୍ସବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ ଆଦି ଭିନ୍ନ ଭିନ୍ନ କ୍ରୀଡ଼ା ଓ କୌଶଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, କଳାକାର ଓ ଏସଏଚଜି ଏଥିରେ ଭାଗ ନେଇଛନ୍ତି । ଶୀତୁଆ ସକାଳରେ ଏହି ପଥୋତ୍ସବ ମନ ପ୍ରଫୁଲ୍ଲିତ କରିବା ସାଙ୍ଗକୁ ଏସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ମଜା ନେଉଛନ୍ତି ଭୁବନେଶ୍ୱରବାସୀ ।
ରାଜଧାନୀରେ ପଥ ଉତ୍ସବ । ବାଘ ନାଚ, ମାଲଖମ୍ବ କୌଶଳ ସହ ନାଚଗୀତରେ ଦୁଲୁକିଲା ରାଜପଥ ।
/kanak/media/post_attachments/wp-content/uploads/2024/01/pthotsav.jpg)