କନକ ବ୍ୟୁରୋ : ରାଜଧାନୀରେ ରକ୍ତ ଛିଟା । ପଟେଲ ବସ୍ତିରେ ଯୁବକଙ୍କୁ ଛୁରାମାଡ଼ । ପୂର୍ବ ଶତ୍ରୁତାରୁ ଏହି ଛୁରାମାଡ଼ ହୋଇଥିବା କୁହାଯାଉଛି । ଯୁବକଙ୍କୁ ଛୁରାମାଡ଼ ପରେ ୩ ଯୁବକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ତିବାସିନ୍ଦା ସେମାନଙ୍କୁ ଧରିଥିଲେ । ଏହାସହ ମାଡ଼ ମାରିଥିଲେ ।

Advertisment

ସୂଚନା ଅନୁସାରେ ପଟେଲ ବସ୍ତିର ଦେବା ଶବରଙ୍କୁ ରାଜା ନାମକ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଆଉ ଏହାକୁ ନେଇ ରାଜା ଛୁରାମାଡ଼ କରିଥିବା କୁହାଯାଉଛି । କ୍ୟାପିଟାଲ ଥାନା ପୋଲିସ୍ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।