ତାତିରୁ ବଢିଗଲାଣି ଆଳୁ ତାତି ! ରାଜ୍ୟରେ ଆଳୁ ଦର ଛୁଇଁଲାଣି ୧୫ ଟଙ୍କା

ତାତିରୁ ବଢିଗଲାଣି ଆଳୁ ତାତି ! ରାଜ୍ୟରେ ଆଳୁ ଦର ଛୁଇଁଲାଣି ୧୫ ଟଙ୍କା
କନକ ବ୍ୟୁରୋ : ଆଳୁ ଦର ୧୫ ଟଙ୍କା ଟପିଲା। ମାତ୍ର ତିନି ସପ୍ତାହ ଭିତରେ ଏହା ୮ ଟଙ୍କାରୁ ବଢ଼ି ବଢ଼ି ଆଜି ୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ଏହା ୨୦ ଟଙ୍କାକୁ ଛୁଇଁପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାଲବାହୀ ଟ୍ରକ୍ ଅଭାବ ପାଇଁ ଆମଦାନୀ ହ୍ରାସ ପାଇଥିବାରୁ ଏଭଳି ଦରବୃଦ୍ଧି ହୋଇଥିବା ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନିର୍ବାଚନ କାମରେ ବହୁ ଟ୍ରକ୍ ନିୟୋଜିତ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଏହି ଦରବୃଦ୍ଧି ସାମୟିକ ବୋଲି କୁହାଯାଉଛି। ତେବେ ସମ୍ପ୍ରତି ପରିବା ଦର ବୃଦ୍ଧି ସାଙ୍ଗକୁ ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରିବା ଆରମ୍ଭ କରିଛି ବୋଲି ଅଭିଯୋଗ ହେଲାଣି। ଏବେ ପ୍ରାୟ ସବୁ ପରିବା ଦର ୪୦ଟଙ୍କା ଉପରେ ଥିବା ବେଳେ ଆଳୁ ଦର ବୃଦ୍ଧି ଗରିବ ଖାଉଟିଙ୍କ ପାଇଁ ବଡ଼ ସଂଗିନ୍ ସମସ୍ୟା ବୋଲି ସ୍ପଷ୍ଟ ହୋଇଛି।
ଚଳିତ ମାସ ଆରମ୍ଭରୁ ଆଳୁ ଦର କିଲୋ ପିଛା ୮ଟଙ୍କା ଥିଲା। ଗତ ସପ୍ତାହରେ ଏହା ୧୨ ଟଙ୍କାରେ ପହଞ୍ଚିଥିଲା। ଖୁଚୁରା ବଜାରରେ ଆଳୁ କିଲୋ ପିଛା ୧୫ ଟଙ୍କାରେ ବିକ୍ରି ହୋଇଛି। ଖୁଚୁରା ବେପାରୀଙ୍କ କହିବା କଥା ପାଇକାରୀ ଦର ୧୧ଶହ ଟଙ୍କା ହୋଇଯିବା ପରେ କିଲୋ ୧୫ଟଙ୍କାରେ ବିକିବାକୁ ସେମାନେ ବାଧ୍ୟ ହୋଇଛନ୍ତି। ତେବେ ପୁଣି ଏହି ଦର ବଢ଼ିବା ଆଶଙ୍କା ରହିଛି। କିଲୋ ପିଛା ୧୭/୧୮ ଟଙ୍କା ହୋଇପାରେ ବୋଲି ଖୁଚୁରା ବେପାରୀମାନେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe