ସାରା ରାଜ୍ୟରେ ଆଳୁ ସଙ୍କଟ । ୩୦ ଟଙ୍କାରୁ ଖସୁନି ଆଳୁଦର, ପିଆଜ ପରେ ଖାଉଟିଙ୍କୁ କନ୍ଦାଉଛି ଆଳୁ

236

କନକ ବ୍ୟୁରୋ : ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । କିଲୋପିଛା ୩୦ ତଳକୁ ଖସୁନି । ହେଲେ ଆଳୁ ଚାଷ କରି ସଙ୍କଟରେ ପଡିଛି ଚାଷୀ । ସାଇତି ରଖିବା ପାଇଁ ସ୍ଥାନ ନାହିଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଏଥର ପ୍ରଚୁର ପରିମାଣର ଆଳୁ ଚାଷ ହୋଇଛି । ଜିଲ୍ଲାର ରେକୁଳା, ମହୁଲପାଳ, କାଦୁଆ, ବାଲିଗୁରଡ, ବାଇଶିଂଘା, କଙ୍କଡାହାଡ, ମଦବିରୋଡ, ଦଶିପୁର ଭଳି ଗାଁରେ ଶହ ଶହ ଏକର ଜମିରେ ଆଳୁ ଚାଷ ହୋଇଛି ।

ଚାଷୀ ଆଳୁ ଅମଳ କରି ବିକ୍ରି କରିବାକୁ ଅଂଟା ଭିଡିଥିବା ବେଳେ ମୁଣ୍ଡରେ ଚିନ୍ତା ମାଡି ବସିଛି । କାରଣ ଆଳୁ ସାଇତି ରଖିବାକୁ ଶୀତଳ ଭଣ୍ଡାର ନାହିଁ ।  ଗୋଟିଏ ପଟେ ରାଜ୍ୟରେ ଏବେବି ଆଳୁ ସଙ୍କଟ ଲାଗି ରହିଥିବା ବେଳେ ଚାଷୀର ଆଳୁ ପ୍ରତି କିନ୍ତୁ ପ୍ରଶାସନର ଦୃଷ୍ଟି ନାହିଁ । ଶୀତଳ ଭଣ୍ଡାର ନଥିବାରୁ ନଷ୍ଟ ହୋଇଯିବା ଭୟରେ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।