କନକ ବ୍ୟୁରୋ: ପୋଲିସ-ଜନତା ଖଣ୍ଡଯୁଦ୍ଧ । ଆଇନକୁ ହାତକୁ ନେଇ ପୋଲିସ ଉପରେ ଆକ୍ରମଣ କଲେ ଲୋକେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ଲୋକଙ୍କ ମାଡରେ ପାଟପୁର ଥାନା ଆଇଆଇସିଙ୍କ ସମେତ ୩ ଜଣ ଏଏସଆଇ ଗୁରୁତର ହୋଇଛନ୍ତି । ତେବେ ଆଇଆଇସିଙ୍କୁ ସାମ୍ବାଦିକ ମାନେ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ।
ସୂଚନା ମୁତାବକ, ଟି. ଗୋବିନ୍ଦପୁରର ଜଣେ ଟ୍ରକ୍ ଡ୍ରାଇଭର କାଜୁ ନେଇ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲେ । ରାସ୍ତାରେ ଡକାୟତି ଯୋଜନା କରି ତପ୍ତପାଣିର କିଛି ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ନିଜ ଗାଁରେ ପହଂଚି ଡ୍ରାଇଭର ଜଣକ କହିବାରୁ ଟି. ଗୋବିନ୍ଦପୁରର ଅନେକ ଲୋକ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଖବର ପାଇ ଗଣ୍ଡଗୋଳ ରୋକିବାକୁ ଘଟଣାସ୍ଥଳରେ ପୋଲିସ ପହଂଚିବାରୁ ଉତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/05/Police-1.jpg) 
                            
                        
                            
                            /kanak/media/post_attachments/wp-content/uploads/2018/05/1-54-300x154.jpg)