WhatsAppକୁ ଟକ୍କର ଦେବ ବାବା ରାମଦେବଙ୍କ ମେସେଜିଙ୍ଗ ଆପ ! ରହିଛି ଅନେକ ଫିଚର୍ସ ।

51

ଯୋଗ ଦ୍ୱାରା ଲୋକମାନଙ୍କ ଜୀବନରେ ରାଜ କରୁଥିବା ବାବା ରାମଦେବ ଏବେ ଲୋକମାନଙ୍କର ସୋସିଆଲ ଲାଇଫରେ ମଧ୍ୟ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଦେଇଛନ୍ତି । ବାବା ରାମଦେବ ଟେଲିକମ ଏବଂ ସୋସିଆଲ ମିଡିଆ ସେକ୍ଟରରେ ବ୍ୟବସାୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାରି ମଧ୍ୟରେ ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ମେସେଜିଙ୍ଗ ଆପ କିମ୍ଭୋ (KIMBHO) ଲଞ୍ଚ କରାଯାଇଛି । କୁହାଯାଉଛି ଯେ ହ୍ୱାଟସଆପ ଏବଂ କିମ୍ଭୋ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ବାବା ରାମଦେବଙ୍କର ଏହି ମେସେଜିଙ୍ଗ ଆପର ସିଧାସଳଖ ଟକ୍କର ହେବ । କିନ୍ତୁ ଏପର୍ଯ୍ୟନ୍ତଏହି ଆପ ବାବଦରେ ପତଞ୍ଜଳି କିମ୍ବା ବାବା ରାମଦେବଙ୍କ ପକ୍ଷରୁ କୌଣସି ଅଧିକାରୀ ଏନେଇ ସୂଚନା ଦେଇନାହାନ୍ତି ।

ଗୁଗୁଲ ପ୍ଲେ ଷ୍ଟୋରରେ କିମ୍ଭୋ ଆପର ଡେଭଲ୍ପପର ବିବରଣୀରେ ପତଞ୍ଜଳୀର ଆଡ୍ରେସ ଦିଆଯାଇଛି । ଏପରିକି ଏହି ଆପକୁ ପତଞ୍ଜଳି କମ୍ୟୁନିକେସନ ଦ୍ୱାରା ଲଞ୍ଚ କରାଯାଇଛି । ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ ମଧ୍ୟ କରାଯାଇପାରିବ । ଏହାକୁ ମେ ୩୦ ତାରିଖରେ ଅପଡେଟ କରାଯାଇଛି । ହ୍ୱାଟସଆପ ଭଳି ଭିଡିଓ କଲିଙ୍ଗ ଫିଚର୍ସ ସହ ଏହି ଆପରେ ବ୍ୟବହାରକାରୀ ଟେକ୍ସଟ, ମେସେଜ, ଭିଡିଓ, ଫଟୋ ଏବଂ ଅଡିଓ କ୍ଲିପ ସାଙ୍ଗସାଥୀଙ୍କ ସେୟାର କରିପାରିବେ । ଏହି ଆପରେ ଲୋକେସନ ସେୟାର କରିବାର ଫିଚର୍ସ ମଧ୍ୟ ରହିଛି । ଏବଂ ଦାବି କରାଯାଉଛି ଯେ, ଏହି ଆପ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଏଥିରେ କୌଣସି ପ୍ରକାର ବିଜ୍ଞାପନ ରହିବ ନାହିଁ ।