ପତଞ୍ଜଳୀ ଆଣିବ ଆଇପିଓ ! ସହଯୋଗୀ କମ୍ପାନୀ ରୂଚୀ ସୋୟା କମ୍ପାନୀର ଏଫପିଓ ଲଂଚ୍ ଅବସରରେ ବାବା ରାମଦେବଙ୍କ ଘୋଷଣା ।

142

କନକ ବ୍ୟୁରୋ : ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସହଯୋଗୀ କମ୍ପାନୀ ରୂଚୀ ସୋୟାର ଏଫପିଓ ଘୋଷଣା କରିଛି । ପତଞ୍ଜଳୀ ଏଫଏମସିଜି ସେକ୍ଟରରେ ହିନ୍ଦୁସ୍ଥାନ ଲିଭରକୁ ବି ପଛରେ ପକାଇବାକୁ ପ୍ରୟାସ କରିଛି । କମ୍ପାନୀର ଯୋଜନା ଉପରେ ବାବା ରାମଦେବ କହିଛନ୍ତି କି, ପତଞ୍ଜଳୀ ଏବେ ହିନ୍ଦୁସ୍ତାନ ଲିଭର ବତୀତ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ଦେଇଛି । ପତଞ୍ଜଳୀର ବୃଦ୍ଧି ପାଉଥିବା କାରବାର ଉପରେ ରାମଦେବ କହିଛନ୍ତି କି ୨୦୨୫ ସୁଦ୍ଧା କମ୍ପାନୀ ହିନ୍ଦୁସ୍ତାନ ଲିଭରକୁ ପଛରେ ପକାଇବୁ ।

ବାବା ରାମଦେବଙ୍କ କହିବା ମୁତାବକ ପତଞ୍ଜଳୀ ୫ ବର୍ଷରେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି । ଆଉ ଆଗାମୀ ୫ ବର୍ଷ ମଧ୍ୟରେ ପୁଣି ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବେ । ଏହାସହ ଯୋଗକୁ ନେଇ ବାବା ରାମଦେବଙ୍କ ମତ ହେଉଛି ୨ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୋଗକୁ ଏବେ ୨୦୦ ଦେଶ ଅନୁକରଣ କରୁଛନ୍ତି, ପତଞ୍ଜଳୀ ୧୦୦ ଅଧିକ ପ୍ରକାରର ଶୁଦ୍ଧ ଔଷଧ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛୁ । ଏହାସହ ପତଞ୍ଜଳୀର ସହଯୋଗୀ କମ୍ପାନୀ ରୂଚୀ ସୋୟାର କାରବାର ୧୬,୩୧୮ କୋଟିକୁ ବୃଦ୍ଧି ପାଇଛି । ଆଗକୁ କମ୍ପାନୀ ଶିକ୍ଷା ଓ କୃଷି ଉପରେ କାମ କରିବ । ଏହାସହ ପତଞ୍ଜଳୀର ୨୦୨୦-୨୧ ଆର୍ଥିକ କାରବାର ବର୍ଷରେ ୩୦ ହଜାର କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ରାମଦେବ ସୂଚନା ଦେଇଛନ୍ତି ।

ଆଜି ବାବା ରାମଦେବ ରୂଚୀ ସୂୟାର ୪,୩୦୦ ଆଇପିଓ ଆଣିବା ସହ ପତଞ୍ଜଳୀ ଆଇପିଓ ବାବଦରେ କହିଛନ୍ତି କି ଖୁବଶୀଘ୍ର ପତଞ୍ଜଳୀର ଆଇପିଓ ଆସିବ ।