ପତଞ୍ଜଳି ପାଖରେ କରୋନା ଔଷଧ! ଦାବି କଲେ ଆଚାର୍ଯ୍ୟ ବାଳକୃଷ୍ଣ, କହିଲେ ସୁସ୍ଥ ହେଲେଣି ୧୦୦୦ରୁ ଅଧିକ ଆକ୍ରାନ୍ତ ।

3,451

କନକ ବ୍ୟୁରୋ : ଦିନ ଗଡୁଛି. ପୂରା ବିଶ୍ୱରେ କରୋନା କାୟା ମେଲାଉଛି । ପୂରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହାର ଟୀକା ପ୍ରସ୍ତୁତ କରିବାକୁ ବିଶ୍ୱସ୍ତରରେ ଜୋରସୋରରେ ଉଦ୍ୟମ ଚାଲିଛି । କିନ୍ତୁ କୌଣସି ଦେଶକୁ ଏଯାଏଁ ସଫଳତା ମିଳିପାରିନାହିଁ । କରୋନା ସହ ଲଢେଇ ପାଇଁ ଭ୍ୟାକସିନକୁ ବଡ ଅସ୍ତ୍ର ଭାବେ ବିବେଚନା କରାଯାଉଛି । କିନ୍ତୁ ଏହି ଭ୍ୟାକସିନକୁ ପ୍ରସ୍ତୁତ କରିବାକୁ ଆହୁରି ଗୋଟିଏ ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି । ଆଉ ଏଭଳି ସମୟରେ ଖୁସି ଖବର ଆଣିଛି ପତଞ୍ଜଳି । ପତଞ୍ଜଳି ଆର୍ୟୁବେଦର କୋ-ଫାଉଣ୍ଡର ଆଚାର୍ଯ୍ୟ ବାଳକୃଷ୍ଣ ଯେଉଁ ଦାବି କରିଛନ୍ତି ତାହା ଅନେକଙ୍କୁ ଆଶ୍ୱସ୍ତି କରିବ ନିଶ୍ଚୟ । କରୋନା ଔଷଧ ପ୍ରସ୍ତୁତ କରିବାରେ ପତଞ୍ଜଳି ସଫଳତା ଲାଭ କରିଛି ଦାବି କରିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ ।

ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଔଷଧରେ ୧ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିବା କୁହାଯାଉଛି । ଆଚାର୍ଯ୍ୟଙ୍କ ଦାବି ଅନୁଯାୟୀ, ଦେଶର ଭିନ୍ନ ଭିନ୍ନ ସ୍ଥାନରେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯାଇଥିଲା । ଆଉ ଏହି ଔଷଧର ପରୀକ୍ଷଣ ଦ୍ୱାରା ପ୍ରାୟ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନା ମହାମାରୀର ରୂପ ନେଇ ପୂରା ବିଶ୍ୱରେ କାୟା ମେଲାଉଥିବା ବେଳେ ପତଞ୍ଜଳି ନିଜର ସମସ୍ତ ସଂଶାଧନକୁ କରୋନା ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର କରିଥିଲା । ଯାହାର ଫଳ ଏବେ ସାମ୍ନାକୁ ଆସୁଛି । ଏପରିକି ଏହି ଔଷଧକୁ କେବଳ ପରୀକ୍ଷଣ କରାଯାଇନାହିଁ ବରଂ ଏହାକୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ ।

ଶାସ୍ତ୍ର, ବେଦରେ ଥିବା ତଥ୍ୟ ଓ ବିଜ୍ଞାନର ଫର୍ମୁଲାକୁ ପାଥେୟ କରି ବିଭିନ୍ନ ଆର୍ୟୁବେଦିକ ଦ୍ରବ୍ୟରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ଆଉ ଏହି ଔଷଧର ପ୍ରସ୍ତୁତି ପାଇଁ ପତଞ୍ଜଳିର ଶହ ଶହ ବୈଜ୍ଞାନିକ ଦିନ ରାତି ଏକ କରି କାମ କରିଛନ୍ତି ବୋଲି କହିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ । ଏହାପୂର୍ବରୁ କରୋନା ଚିକିତ୍ସାରେ ଗିଲୟ ଓ ଅଶ୍ୱଗନ୍ଧାର ବ୍ୟବହାର ଶତ ପ୍ରତିଶତ ପ୍ରଭାବୀ ବୋଲି ଦାବି କରିଛନ୍ତି ଯୋଗଗୁରୁ ବାବା ରାମଦେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହାର ପରୀକ୍ଷଣ ଆରମ୍ଭ ହୋଇଛି, କିଛି ଦିନ ଭିତରେ ରାମଦେବଙ୍କ ଏହି ଚିକିତ୍ସା ପଦ୍ଧତିକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯିବ । ବାବା ରାମଦେବଙ୍କ କହିବା ଅନୁଯାୟୀ, ଯେତେବେଳ ଏହି ଭାଇରସ ଶରୀର ପ୍ରବେଶ କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ । ଆଉ ଏହାପରେ ଶରୀରରେ ଥିବା ସ୍ନାୟୁକୋଷକୁ ସଂକ୍ରମଣ ବ୍ୟାପିଥାଏ । ଗିଲୟର ବ୍ୟବହାର ଦ୍ୱାରା ଏହି ସଂକ୍ରମଣକୁ ରୋକାଯାଇପାରିବ ।