ପଟାଙ୍ଗୀ ବିଧାୟକଙ୍କୁ କରୋନା : ଆଟିଂଜେନ ପରୀକ୍ଷା ପରେ ପୀତମ ପାଢୀ କରୋନା ପଜିଟଭ ଚିହ୍ନଟ ନେଇ କନକ ନ୍ୟୁଜକୁ ଦେଲେ ସୂଚନା

Advertisment
ପଟାଙ୍ଗୀ ବିଧାୟକଙ୍କୁ କରୋନା : ଆଟିଂଜେନ ପରୀକ୍ଷା ପରେ ପୀତମ ପାଢୀ କରୋନା ପଜିଟଭ ଚିହ୍ନଟ ନେଇ କନକ ନ୍ୟୁଜକୁ ଦେଲେ ସୂଚନା
କନକ ବ୍ୟୁରୋ : ପଟାଙ୍ଗୀ ବିଧାୟକ ପୀତମ ପାଢ଼ୀଙ୍କୁ କରୋନା । ଗତକାଲି ଆଂଟିଜେନ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ଘରୋଇ ସଂଗରୋଧ କେନ୍ଦ୍ରରେ ସୁସ୍ଥ ଥିବା ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟର  ୮ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସଂକ୍ରମିତ ହୋଇଛନ୍ତି ।
ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ସଂକ୍ରମିତ ହୋଇଥିଲେ । ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe