ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀଙ୍କୁ ତଡ଼ିଲା ପଟାଙ୍ଗୀ ବ୍ଲକ ପ୍ରଶାସନ : କୋଟିଆ ଆସି ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବାକୁ କରୁଥିଲେ ଚେଷ୍ଟା

68

କନକ ବ୍ୟୁରୋ : ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀଙ୍କୁ ତଡିଲା ପଟାଙ୍ଗୀ ବ୍ଲକ ପ୍ରଶାସନ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆର ପିଛା ଛାଡୁନି ଆନ୍ଧ୍ର । ଆଜି ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମୀ ଏକ ବାଇକରେ କୋଟିଆ ଆସି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହି ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିଲେ । କୋଟିଆର ତଳପନିିକି, ଉପରପନିକି ଓ ଗାଲିବଡର ଗାଁକୁ ଆସି ଫେରୁଥିବା ବେଳେ ସେମ।।ନଙ୍କୁ ଘେରିଥିଲା ପଟାଙ୍ଗୀ ବ୍ଲକର ପ୍ରଶାସନିକ ଅଧିକାରୀମାନେ ।

ନିଜ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ବଦଳରେ ଓଡ଼ିଶାରେ କାହିଁକି ପଶୁଛ ବୋଲି ପ୍ରଶ୍ନ କରିଥିଲେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ । ତୁରନ୍ତ ସ୍ଥାନ ଛାଡି ଚାଲିଯିବାକୁ ତାଗିଦ କରିଥିଲେ ପଟାଙ୍ଗୀ ବ୍ଲକ ଅଧିକାରୀ ସୌସ୍ୟ ସାର୍ଥକ ମିଶ୍ର । ପରେ ସେମାନେ ଆନ୍ଧ୍ର ପଳାଇଯାଇଥିବା ସୂଚନା ମିଳିଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁବାର ଆନ୍ଧ୍ର କୋଟିଆରେ ପ୍ରବେଶ କରି ଆନ୍ଧ୍ରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରିବାକୁ କହି ଓଡ଼ିଶା ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।