କନକ ବ୍ୟୁରୋ : ବିବାଦୀୟ କୋଟିଆରେ ମିଳିତ ପ୍ରାର୍ଥୀ ଦେବାକୁ ସମସ୍ତ ରାଜନୈତିକ ଦଳର ପ୍ରୟାସ ସତ୍ୱେ ତାହା ସମ୍ଭବ ହୋଇପାରିନାହିଁ । ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ ମିଳିତ ପ୍ରାର୍ଥୀ ମମତା ଜାନୀ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ହେଲେ ତାଙ୍କୁ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ କରିବାର ପ୍ରୟାସ ଫେଲ ମାରିଛି । କାରଣ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମୈଦାନରେ ଏବେ ମମତାଙ୍କୁ ମିଶାଇ ଦୁଇ ଜଣ ପ୍ରାର୍ଥୀ ଅଛନ୍ତି ।

Advertisment

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଟିକାଇ ଗେମେଲ । ଅର୍ଥାତ୍ ଏଠାରେ ମମତା ଓ ଟିକାଇଙ୍କ ମଧ୍ୟରେ ନିର୍ବାଚନ ହେବ । ସର୍ବଦଳୀୟ କମିଟିର ଅନେକ ବୁଝାସୁଝା ସତ୍ୱେ ଏବେ ଟିକାଇ ପ୍ରାର୍ଥୀପତ୍ର ପ୍ରତ୍ରାହର କରିନାହାନ୍ତି । ତେଣୁ ଏବେ କେମିତି ମମତା ଜାନିଙ୍କ ପାଇଁ ପ୍ରଚାର କରାଯିବ ଓ ତାଙ୍କୁ ବିଜୟୀ କରାଯିବ ସେ ନେଇ ଆଜି ପଟାଙ୍ଗୀରେ ସର୍ବଦଳୀୟ କମିଟି ବୈଠକ ବସିଛି ।