ପାଟକୁରା ଫୈସଲା । ଖୋଲିଲା ଇଭିଏମ ସିଲ୍, ଆରମ୍ଭ ହେଲା ଭୋଟଗଣତି । ପାଟକୁରାରେ କିଏ ମାରିବ ବାଜି?

151

କନକ ବ୍ୟୁରୋ : ଖୋଲିଲା ଇଭିଏମ, ଆରମ୍ଭ ହେଲା ଭୋଟ ଗଣତି । ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଆଉ ଏହାସହ ପାଟକୁରାରେ କାହାର ହେବ ଜିତ୍ ତାହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି ।

୧୮ ରାଉଣ୍ଡରେ ଭୋଟଗଣତି ହେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଟ ୧୮ଟି ଟେବୁଲରେ ଭୋଟ ଗଣତି ହେବ । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଇଭିଏମ୍ ସୁରକ୍ଷା ପାଇଁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।

ଭୋଟ ଗଣତି ଆରମ୍ଭ ହେବା ସହ ପାଟକୁରାକୁ ନେଇ ଅନେକ ପ୍ରଶ୍ନ ପୂରା ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । କାହା ନାଁରେ ମୋହର ମାରିଛନ୍ତି ପାଟକୁରାବାସୀ । ପାଟକୁରାରେ କିଏ ଜିତିବ- ବିଜେଡି ନା ବିଜେପି? ଏଥର ବିଜୟ ମହାପାତ୍ର ବିଧାନସଭାକୁ ଯିବେ ନା ତାଙ୍କ ରାଜନୈତିକ କ୍ୟାରିଅରର ଅନ୍ତ ଘଟିବ? ନା ବିଜେଡିର ଗଡ ରକ୍ଷା କରିବାକୁ ସକ୍ଷମ ହେବେ ସାବିତ୍ରୀ । ନା ଦୁଇ ଦଳକୁ ପଛରେ ପକାଇ କଂଗ୍ରେସ ମାରିବ ବାଜି? ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିବା ବେଳେ ମୈଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ନିଜର ଭାଗ୍ୟ କରୁଛନ୍ତି । କିନ୍ତୁ ସମସ୍ତଙ୍କ ଫୋକସରେ ରହିଛି ବିଜୟ-ସାବିତ୍ରୀ ଲଢେଇ ଉପରେ ।

Comments are closed.