ଖୁବଶୀଘ୍ର ବ୍ରହ୍ମପୁରରେ ଉଦଘାଟିତ ହେବାକୁ ଯାଉଛି ପାଟର ହବ୍, ରେଶମ ସହରରେ ସୃଷ୍ଟି ହେବ ନୂଆ ପରିଚୟ

143

କନକ ବ୍ୟୁରୋ : ଶହ ଶହ ବର୍ଷଧରି ବ୍ରହ୍ମପୁର ସହରରେ ପାଟର ସମ୍ପ୍ରଦାୟର ଲୋକ ପାଟ ତିଆରି କରି ଆସୁଛନ୍ତି । ଏହି ପାଟକୁ ବ୍ରହ୍ମପୁରୀ ପାଟ ବୋଲି କୁହାଯାଏ । ଦେଶ ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି । କିନ୍ତୁ ଏବେ ପ୍ରୋତ୍ସାହନର ଅଭାବ ଯୋଗୁଁ ବହୁ କମ ଲୋକ ପାଟ ବୁଣୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ପାଖାପଖି ୨ କୋଟି ଟଙ୍କା ବ୍ୟୟ ଅଟକଳରେ ପାଟ ହବ ଖୋଲାଯାଇଛି । ଗତ ଡ଼ିସେମ୍ବରରେ ଉଦଘାଟନ ମଧ୍ୟ ହୋଇଛି । କିନ୍ତୁ ପାଟ ହବର ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟ ସରି ନାହିଁ । ଯାହାଫଳରେ ସମସ୍ତ ମେସିନ କାର୍ଯ୍ୟ ହେଉନାହିଁ । ଏବେ ଦିନେ ଖୋଲାଗଲେ ଦିନେ ବନ୍ଦ ରହୁଛି ପାଟହବ ।

ବ୍ରହ୍ମପୁର ପାଟ୍ଟ ପାଇଁ ରେଶମ ସହର ବ୍ରହ୍ମପୁରର ବେଶ ପରିଚୟ ରହିଛି । ବ୍ରହ୍ମପୁରୀ ପାଟ୍ଟ ଶାଢିର ଚାହିଦା ଅଧିକ ରହିଥିବାରୁ ଏହାକୁ ଏକ ବୃତି କରି ପରିବାର ପ୍ରତିପୋଷଣ କରନ୍ତି ସ୍ଥାନୀୟ ଅଂଚଳର କିଛି ବୁଣାକାର । ଘରେ ଘରେ ତନ୍ତ ବସାଇ ଲୋକେ ପାଟ୍ଟ ବସ୍ତ୍ର ପ୍ରସ୍ତୁତ କରନ୍ତି । ଗୋଟିଏ ଗୋଟିଏ ପାଟ ଶାଢି ପ୍ରସ୍ତୁତ କରିବା ପାଇଁ କାରିଗର ମାନଙ୍କୁ ୫ରୁ ୭ ଦିନ ସମୟ ଲାଗିଥାଏ । ଏହି ପାଟର ଚାହିଦା କେବଳ ଜିଲ୍ଲା ନୁହେଁ ରାଜ୍ୟ ଓ ଦେଶ ବାହାରେ ମଧ୍ୟ ରହିଛି । ବଜାରରେ ଏହି ପାଟ ୭ ହଜାର ଟଙ୍କାରୁ ଆରମ୍ଭ କରି ୧୨ ହଜାର ଟଙ୍କାରେ ବିକ୍ରୀ ହେଉଛି ।

ବହୁ ବର୍ଷ ତଳୁ ଦକ୍ଷିଣ ଭାରତର ପାଟରା ସର୍ମ୍ପଦାୟର କିଛି ଲୋକ ବ୍ରହ୍ମପୁର ଆସି ପାଟ ବୁଣିବା କାମ ଆରମ୍ଭ କରିଥିଲେ । ପରେ ପରେ ସେହି ପାଟକୁ ବ୍ରହ୍ମପୁରୀ ପାଟ ବୋଲି କୁହାଯାଉଛି । ପୂର୍ବରୁ ଘରେ ଘରେ ଲୋକ ପାଟ ତିଆରି କରୁଥିଲେ । ସରକାରଙ୍କ ପକ୍ଷରୁ ଏବେ କାରିଗର ମାନଙ୍କ ପାଇଁ ଏକ ପାଟ ହବ ନିର୍ମାଣ କରାଯାଇଛି । ଗତ ଡ଼ିସେମ୍ବରରେ ମଧ୍ୟ ଉଦ୍ଦଘାଟନ କରାଯାଇଛି । ହେଲେ ହବ୍ର କାମ ସମ୍ପୂର୍ଣ୍ଣ ଭାବେ ସରିନଥିବାରୁ ସଠିକ ଭାବରେ କାର୍ଯ୍ୟ ହେଉ ନାହିଁ । କିଛି ଦିନ କାମ ହେଲେ କିଛି ଦିନ ବନ୍ଦ ରହୁଛି ।

ପାଖାପାଖି ୨ କୋଟି ଟଙ୍କା ବ୍ୟୟ ଅଟକଳରେ ପାଟ ହବ ନିର୍ମାଣ କରାଯାଇଛି । ଏଠାରେ ପାଟ ବୁଣିବା ସହ ଏଠାରେ ହି ବିକ୍ରୀ କରିବା ବ୍ୟବସ୍ଥା ରହିଛି । ହବ୍ରେ ୧୦ ଟି ମେସିନ ବସାଯାଇଥିବା ବେଳେ
କେବଳ ୪ ଟିର କାମ ସମ୍ପୂର୍ଣ୍ଣ ହୋଇଛି । ଯାହାଫଳରେ କେବଳ ୮ ଜଣି ହିଁ କାମ କରିପାରୁଛନ୍ତି । ସେହିଭଳି ଏଠାରେ ସ୍ଥାୟୀ ବିଜୁଳି ନଥିବାରୁ ଅସ୍ଥାୟୀ ଭାବେ ବିଜୁଳି ମିଳିଛି । ସେପଟେ ଏଠାରେ ପାଣିର ବ୍ୟବସ୍ଥା ମଧ୍ୟ ହୋଇ ନାହିଁ । । ଏଥିପାଇଁ ବୁଣାକାର ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୁଣାକାରଙ୍କୁ କିଛି ପ୍ରୋସô୍ାହନ ନମିଳିବାରୁ ଯୁବ ପିଢ଼ି ଏହି ବୃତି ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି ।