କନକ ବ୍ୟୁରୋ : ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଇନ୍ଦୋରରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରୁ ଓହରିଲେ ଅଧିନାୟକ ପାଟ କମିନ୍ସ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଫେରି ଯାଇଥିଲେ କମିନ୍ସ । ପରିବାରରେ କେହି ଅସୁସ୍ଥ ଥିବାରୁ ମ୍ୟାଚ୍ ଶେଷ ହେବା ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରିଥିଲେ କମିନ୍ସ । କିନ୍ତୁ ତୃତୀୟ ଟେଷ୍ଟ ମ୍ୟାଚ ବେଳକୁ କମିନ୍ସ ଭାରତ ଫେରିନଥିବେ । ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ପାଟ କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଅଧିନାୟକ ଭାର ସମ୍ଭାଳିବେ । ସ୍ମିଥ ଏହାପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆ ଦଳର ମଙ୍ଗ ସମ୍ଭାଳିଛନ୍ତି । ୨୦୧୪ରୁ ୨୦୧୮ ମଧ୍ୟରେ ସ୍ମିଥ ୩୪ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ତେବେ ଭାରତ ଗସ୍ତରେ ଚଳିତ ସିରିଜରେ ସ୍ମିଥଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନାହିଁ । ୪ଟି ଇନିଂସରୁ ମାତ୍ର ୭୧ ରନ୍ କରିବାରେ ସକ୍ଷମ ହୋଇଛନ୍ତି ସ୍ମିଥ । କମିନ୍ସଙ୍କ ପୂର୍ବରୁ ଜୋସ ହାଜେଲଉଡ, ଡେଭିଡ ୱାର୍ଣ୍ଣର ମଧ୍ୟ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଛନ୍ତି ।