ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ । ପଶୁପତି କୁମାର ପାରସ ଲୋକସଭାରେ ଦଳୀୟ ନେତା ନିର୍ବାଚିତ । ଚିରାଗ ପାଶୱାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନବାଚୀ ।

178

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟି ବା ଏଲଜେପିରେ ବିଦ୍ରୋହ ଆଉ ଅଣଦେଖା ହୋଇପଡ଼ିଛନ୍ତି ଚିରାଗ ପାଶୱାନ । ଚିରାଗଙ୍କ ଦାଦା ତଥା ସାଂସଦ ପଶୁପତି କୁମାର ପାରସଙ୍କୁୁ ଲୋକସଭାରେ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି ଦଳୀୟ ସାଂସଦ । ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସାଂସଦ ପଶୁପତି କୁମାର ପାରସ ଅନ୍ୟ ୪ ଜଣ ସାଂସଦଙ୍କ ସହ ମିଶି ଦଳରେ ବିଦ୍ରୋହର ସ୍ୱର ଉଠାଇଥିଲେ । ୫ଜଣ ବିଦ୍ରୋହୀ ସାଂସଦ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ୍ ମଧ୍ୟ କରିଛନ୍ତି । ପାରସ କହିଛନ୍ତି ଯେ, ଏଲଜେପି ଦଳରେ ୬ଜଣ ସାଂସଦ ରହିଛନ୍ତି । ସେଥିରୁ ୫ଜଣ ସାଂସଦଙ୍କ ଇଚ୍ଛା ଥିଲା କି ପାର୍ଟିର ଦାୟିତ୍ୱ ତାଙ୍କୁୁ ଦେବା ଉଚିତ । ଦଳର ଉନ୍ନତି ପାଇଁ ସେମାନେ ବିଦ୍ରୋହ କରିଥିବା ପଶୁପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ଠାରୁ ଅଲଗା ହେବା ନେଇ ଚିରାଗ ପଶୱାନଙ୍କ ନିଷ୍ପତି ଠିକ୍ ନଥିଲା ।