ଇଟାଲିଆନ୍ ମେସିନରେ ତିଆରି ହେଉଛି ପାସ୍ତା ଓ ସିମେଇ: ସୁଜି ଓ ଗହମରୁ ପାସ୍ତା ପ୍ରସ୍ତୁତ କରି ରାଜ୍ୟ ବାହାରକୁ ରପ୍ତାନୀ କରୁଛନ୍ତି ଦମ୍ପତି
କନକ ବ୍ୟୁରୋ: ଇଟାଲିଆନ୍ ମେସିନରେ ତିଆରି ହେଉଛି ଇଣ୍ଡିଆନ୍ ଫୁଡ୍ । ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଭୋଲ୍ଟ ଆଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ ଯୋଗାଇ ଦେଉଛି ସୁସ୍ଥ ପାସ୍ତା । ସୁଜି ତଥା ଗହମରୁ ପାସ୍ତା ତିଆରି କରି ବଜାରରେ ବକ୍ରି ହେଉଥିବା ବେଳେ ଆଗକୁ କିଭଳି ମାଣ୍ଡିଆ ଏବଂ ଚାଉଳରୁ ପାସ୍ତା ପ୍ରସ୍ତୁତ କରାଯାଇପାରିବ ସେନେଇ ଯୋଜନା ରହିଥିବା କହିଛନ୍ତି କମ୍ପାନୀର ମ୍ୟାନେଜିଙ୍ଗ ଡାଇରେକ୍ଟର ଅମ୍ରିତା ପାତ୍ର । ଏଠାରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଆଦୃତି ଲାଭ କରୁଛି । ଦିନେ ୟୁଏଇରେ ମୋଟା ଅଙ୍କର ଦରମାରେ ଚାକିରି କରୁଥିବା ବଲାଙ୍ଗୀରର ଦମ୍ପତି ଏଭଳି ଏକ ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଏହି ଦମ୍ପତି ଅନ୍ୟ ଫିଲ୍ଡରେ କାମ କରୁଥିଲେ । ତେବେ ବିଦେଶୀ ଉପକରଣ ଜରିଆରେ ଲୋକଙ୍କୁ କିଭଳି ଦେଶୀ ଖାଇବା ଯୋଗାଇଦେଇହେବ ସେନେଇ ଏଭଳି ଏକ ପରିକଳ୍ପନା କରି ସେମାନେ ଏଥିରେ ସଫଳ ହୋଇଛନ୍ତି । ବର୍ତମାନ ଏହି ଫ୍ୟାକ୍ଟ୍ରି ଜରିଆରେ ୫୦ରୁ ୬୦ ଜଣ କର୍ମଚାରୀ କାମ କରୁଥିବା ବେଳେ ଆଗକୁ ଏହା ମାଧ୍ୟମରେ ଅଧିକ ଚାକିରି ସୁଯୋଗ ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଭୋଲ୍ଟ ଆଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଡାଇରେକ୍ଟର ପ୍ରଶାନ୍ତ କୁମାର ପାତ୍ର ।
ଅତ୍ୟାଧୁନିକ ଯନ୍ତ୍ରପାତି ସହାଯ୍ୟରେ ଏହି ସବୁ ସମାଗ୍ରୀ ଉତ୍ପାଦନ ହେଉଛି । ମେସିନରେ ପ୍ରଡକ୍ଟ ତିଆରି ହେବା ଠାରୁ ଆରମ୍ଭ କରି ପ୍ୟାକିଂ ପର୍ଯ୍ୟନ୍ତ ସମସ୍ତ କାମ କରାଯାଉଛି । ଅଟୋମେଟିକ୍ ସେମିନରେ କୌଣସି ଜିନିଷରେ ମଣିଷର ପ୍ରତ୍ୟେକ୍ଷ ଭାବେ ହାତ ଲାଗୁନାହିଁ । ଯେଉଁଥିରେ ଏହି ପ୍ରଡକ୍ଟର ଶୁଦ୍ଧାତା ବୃଦ୍ଧିପାଉଥିବା କହିଛନ୍ତି ଡାଇରେକ୍ଟର ଅମ୍ରିତା ପାତ୍ର ।