ଦୁଇ ଦିନ ହେଲା ରାଜ୍ୟରେ ସାମାନ୍ୟ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ସରକାରଙ୍କ କଟକଣା ଯୋଗୁଁ ଧୀରେ ଧୀରେ ଭାଙ୍ଗୁଛି ସଂକ୍ରମଣ ଚେନ୍

228

କନକ ବ୍ୟୁରୋ: ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ରାଜ୍ୟର ଦୈନିକ ସଂକ୍ରମଣ । ସଂକ୍ରମଣ ହାର ମଧ୍ୟ ସାମାନ୍ୟ କମିଛି । ଯଦି ଏହି ପ୍ରକ୍ରିୟା କିଛି ଦିନ ଜାରି ରହେ, ତେବେ ରାଜ୍ୟରେ କରୋନା ଚେନ୍ ଧୀରେ ଧୀରେ ଭାଙ୍ଗୁଛି ବୋଲି କୁହାଯାଇପାରିବ । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ବେଶ ଅଧିକ ରହିଛି । ସମ୍ବଲପୁରର ସଂକ୍ରମଣ ହାର ରହିଛି ୫୨.୩ ପ୍ରତିଶତ । ଅର୍ଥାତ ପ୍ରତି ୨ ଜଣରେ ଜଣେ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ୭ଟି ଜିଲ୍ଲାର ଟେଷ୍ଟ-ପଜିଟିଭିଟି ରେଟ୍ ୩୦ ପ୍ରତିଶତ ଉପରେ ରହିଛି । ଅର୍ଥାତ୍ ସେହି ଜିଲ୍ଲା ଗୁଡିକରେ ପ୍ରତି ୩ ଜଣରେ ଜଣେ କରୋନାରେ ଆକ୍ରାନ୍ତ । ସେହିପରି ୧୮ ଜିଲ୍ଲାର ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ ।

ଏ ହେଉଛି ରାଜ୍ୟର କରୋନା ମ୍ୟାପ୍ । ରେଡ୍ ଜୋନରେ ଥିବା ୨୪ ଜିଲ୍ଲାରେ ଦ୍ରୁତ ଗତିରେ ବଢିଛି ସଂକ୍ରମଣ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ସ୍ଥିତି ସବୁଠୁ ଖରାପ ରହିଛି । ମେ’ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କରୋନା ସ୍ଥିତିକୁ ନଜର ପକାନ୍ତୁ । ଗତ ୪ ଦିନ ହେଲା ୧୦ ହଜାର ଉପରେ ରହିଛି ସଂକ୍ରମଣ । ମେ’ ୫ ତାରିଖରେ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ସଂକ୍ରମଣ ହାର ରହିଥିଲା ୨୧.୭୮ ପ୍ରତିଶତ । ତେବେ ୬ ତାରିଖରେ ସ୍ଥିତି ଅଧିକ ଗମ୍ଭୀର ରହିଥିଲା । ବୈନିକ ସଂକ୍ରମଣରେ ରାଜ୍ୟ ଏକ ନୂଆ ରେକର୍ଡ କରିଥିଲା । ୧୨ ହଜାର ୨୩୮ ପଜିଟିଭ୍ ମାମଲା ଆସିଥିଲା । ଆଉ ସଂକ୍ରମଣ ହାର ୨୪ ପ୍ରତିଶତରୁ ଉପରେ ରହିଥିଲା । ପରବର୍ତି ଦୁଇ ଦିନ ସାମାନ୍ୟ ହ୍ରାସ ପାଇଛି ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର । ଗତ ୨୪ ଘଂଟାରେ ୪୮ ହଜାର ୭୫୭ କରୋନା ପରୀକ୍ଷା କରାଯାଇଥିଲା, ଆଉ ଚିହ୍ନଟ ହୋଇଛି ୧୦ ହଜାର ୬୩୫ ମାମଲା । ସଂକ୍ରମଣ ହାର ରହିଛି ୨୧.୮୧ ପ୍ରତିଶତ । ଜୁନ ମାସରେ ଧୀରେ ଧୀରେ ସଂକ୍ରମଣ କମିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ଡାକ୍ତର ।
ଓଡ଼ିଶା କରୋନା ମିଟର
ତାରିଖ            ଟେଷ୍ଟ                           ପଜିଟିଭିଟି ହାର
ମେ’ ୧ :        ୪୬,୫୬୦                    ୮,୦୧୫             ୧୭.୨୧%
ମେ’ ୨ :        ୪୬,୬୪୩                    ୮,୯୧୪              ୧୯.୧୧%
ମେ’ ୩ :        ୪୩,୬୮୨                    ୮,୨୧୬              ୧୮.୮୦%
ମେ’ ୪ :        ୪୮,୧୦୧                    ୯,୮୮୯              ୨୦.୫୬%
ମେ’ ୫ :        ୪୮,୩୧୪                    ୧୦,୫୨୧            ୨୧.୭୮%
ମେ’ ୬ :        ୫୦,୭୯୯                   ୧୨,୨୩୮             ୨୪.୦୯%
ମେ’ ୭ :        ୫୦,୮୬୪                   ୧୧,୮୦୭             ୨୩.୨୧%
ମେ’ ୮ :        ୪୮,୭୫୭                   ୧୦.୬୩୫             ୨୧.୮୧%

ଗତ ୭ ଦିନରେ ସମ୍ବଲପୁରର ଟେଷ୍ଟ-ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ସବୁଠୁ ଅଧିକ ରହିଛି । ମେ’ ୨ରୁ ୮ ତାରିଖ ମଧ୍ୟରେ ସମ୍ବଲପୁରର ସଂକ୍ରମଣ ହାର ରହିଛି ୫୨.୩ ପ୍ରତିଶତ । ଅର୍ଥାତ ଯେତିକି ଲୋକ କରୋନା ଟେଷ୍ଟ କରାଇଛନ୍ତି, ଅଧାରୁ ଅଧିକ ପଜିଟିଭ୍ ମାମଲା ବାହାରିଛି । ରାଜ୍ୟର ୭ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ରହିଛି ୩୦ ପ୍ରତିଶତରୁ ଅଧିକ । ସମ୍ବଲପୁର ତଳକୁ ରହିଛି କଳାହାଣ୍ଡି । କଳାହାଣ୍ଡିର ସଂକ୍ରମଣ ହାର ରହିଛି ୩୭.୧ ପ୍ରତିଶତ । ଖୋର୍ଦ୍ଧା ୩୩.୫ ଓ ବରଗଡ଼ର ସଂକ୍ରମଣ ହାର ୩୩ ପ୍ରତିଶତ ରହିଛି । ସେହିପରି ଅନୁଗୁଳର ସଂକ୍ରମଣ ହାର ୩୨.୫ ପ୍ରତିଶତ ଥିବା ବେଳେ ବୌଦ୍ଧର ପଜିଟିଭିଟି ରେଟ୍ ରହିଛି ୩୦.୪ ପ୍ରତିଶତ । ରାଜ୍ୟର ୧୮ଟି ଜିଲ୍ଲାରେ ୨୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର ।

ସଂକ୍ରମଣ ହାର
ସମ୍ବଲପୁର : ୫୨.୩%
କଳାହାଣ୍ଡି : ୪୭.୫%
ସୁନ୍ଦରଗଡ଼ : ୩୭.୧%
ଖୋର୍ଦ୍ଧା : ୩୩.୫%
ବରଗଡ଼ : ୩୩%
ଅନୁଗୁଳ : ୩୨.୫%
ବୌଦ୍ଧ : ୩୦.୪%