ବାରମ୍ବାର ନିଜ ସୋସିଆଲ୍ ଆକାଉଣ୍ଟ ପାସୱାର୍ଡ ଭୁଲି ଯାଉଛନ୍ତି କି? ଆପଣାନ୍ତୁ ଏହି ଟ୍ରିକ୍ ପାସୱାର୍ଡ ଭୁଲିଲେ ମଧ୍ୟ ଚିନ୍ତା ରହିବନି ।

Advertisment
ବାରମ୍ବାର ନିଜ ସୋସିଆଲ୍ ଆକାଉଣ୍ଟ ପାସୱାର୍ଡ ଭୁଲି ଯାଉଛନ୍ତି କି? ଆପଣାନ୍ତୁ ଏହି ଟ୍ରିକ୍ ପାସୱାର୍ଡ ଭୁଲିଲେ ମଧ୍ୟ ଚିନ୍ତା ରହିବନି ।

image courtesy -SetupRouter

ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଜିମେଲ, ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ନେଟ୍ ବ୍ୟାଙ୍କିଂ, ପେଟିଏମ୍ ପରି ଆପ୍ ଆପଣ ନିଶ୍ଚୟ ବ୍ୟବହାର କରୁଥିବେ। ବହୁତ ସମୟରେ ଦେଖାଯାଏ ଲୋକେ ନିଜ ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଥାନ୍ତି। କାରଣ ଏତେଗୁଡିଏ ସୋସିଆଲ ସାଇଡ୍ ପାସୱାର୍ଡ ଏକା ସାଙ୍ଗରେ ମନେ ରଖିବା କଷ୍ଟକର। ଯଦି ଆପଣ ବାରମ୍ବାର ପାସୱାର୍ଡ ଭୁଲି ଯାଉଛନ୍ତି ତେବେ ମନେ ରଖିବା ପାଇଁ କିଛି ଉପାୟ ରହିଛି। ଆଜି ଆମେ ଆପଣଙ୍କୁ ପାସୱାର୍ଡ ନ ଭୁଲିବାର ଏକ ଟ୍ରିକ୍ ଜଣାଇବୁ।
ଫେସବୁକ୍ କିମ୍ବା ଜି-ମେଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିବା ବେଳେ ପାସୱାର୍ଡ ସେଭ୍ କରିବା ପାଇଁ ଏକ ପପ୍-ଅପ୍ ବିକଳ୍ପ ଆସିଥାଏ। ଯଦି ଆପଣ ଏଠାରେ ଥିବା ଇକ୍ଟଙ୍ଗ୍ ବଟମକୁ କ୍ଲିକ୍ କରିବେ ତେବେ ଆପଣଙ୍କ ସମସ୍ତ ପାସୱାର୍ଡ ଏଠାରେ ସେଭ୍ ରହିବ।
ଯଦି ଆପଣ ବାରମ୍ବାର ନିଜ ଫେସବୁକ୍, ଟ୍ୱିଟର୍ କିମ୍ବା ଅନ୍ୟ କୌଣସି ସୋସିଆଲ ୱେବସାଇଟ୍ ପାସୱାର୍ଡ ଭୁଲି ଯାଉଛନ୍ତି, ତେବେ ଗୁଗୁଲ୍ କ୍ରୋମର ସେଟିଙ୍ଗ୍ ଯାଇ ନିଜ ପାସୱାର୍ଡ ଅତି ସହଜରେ ପାଇପାରିବେ।
•  ଏଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଙ୍ଗ୍ ଅପସନ୍ରେ ଯିବାକୁ ହେବ।
• ଏହା ପରେ ତଳେ Advanced Setting ବିକଳ୍ପରେ ଯାଇ Manage Passwords ବିକଳ୍ପ ବାଛନ୍ତୁ।
• ଏଠାରେ ଆପଣ ସେଭ୍ କରିଥିବା ସମସ୍ତ ଲଗ୍ ଇନ୍ ଓ ପାସୱାର୍ଡ ନଜର ଆସିବ। ଏପରି ଭାବେ ଅତି ସହଜରେ ଆପଣଙ୍କୁ ନିଜର ସମସ୍ତ ପାସୱାର୍ଡ ମିଳଯିବ। ଫଳରେ ଆପଣଙ୍କୁ ଆଉ କୌଣସି ପାସୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe