ଆଇଏନଏସ୍ ଚିଲିକାରେ ପାସିଂ ଆଉଟ୍ ପରେଡ । ଯୋଗ୍ୟ ବିବେଚିତ ହେଲେ ୨ ହଜାର ୬୩୦ ଅଗ୍ନିବୀର ।

204

କନକ ବ୍ୟୁରୋ: ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ସେଥିମଧ୍ୟରୁ ଥିଲେ ୩୯୬ ଜଣ ମହିଳା ଅଗ୍ନିବୀର । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ନିରୀକ୍ଷଣ କରିଥିଲେ ।

ଅଗ୍ନିବୀରମାନେ ଦେଶର ସିପାହୀ ଭାବେ ୪ ବର୍ଷ କାମ କରିବା ପରେ ପୁଣି ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥାରେ କର୍ମ ନିଯୁକ୍ତି ପାଇବେ । ତେଣୁ ଦେଶର ଶିକ୍ଷିତ ଯୁବ ପିଢ଼ିମାନଙ୍କୁ ସେବା କରିବାର ସବୁଠାରୁ ଏହା ଏକ ବଡ଼ ମାଧ୍ୟମ ବୋଲି ନୌସେନା ମୁଖ୍ୟ ହରି କୁମାର କହିଛନ୍ତି । ଭାଇସ ଆଡମିରାଲ ଭି ଶ୍ରୀନିବାସ, ଫ୍ଲାଗ ଅଫିସର କମାଡିଙ୍ଗ୍ ଇନ ଚିଫ୍ ଦକ୍ଷିଣ ନୌସେନା ଏହାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଶିଳ୍ପ ତଥା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପ୍ରାପ୍ତ ସୁଦର୍ଶନ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହ ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦେଇ ଫାସ ଆଉଟ ଅଗ୍ନି ବିର ମାନଙ୍କ ମନରେ ଉତ୍ସାହ ଭରିଥିଲେ । ଏପଟେ ଏହି ୧୬ ସପ୍ତାହ ଧରି ନୌସେନାର ତାଲିମ ପାଇଥିବା ଅଗ୍ନିବୀରମାନେ ଦେଶ ସେବା କରିବାର ସୁଯୋଗ ପାଇଥିବାରୁ ସେମାନେ ଗର୍ବ ଅନୁଭବ କରିଛନ୍ତି ।