କନକ ବ୍ୟୁରୋ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ବୋଲି କଥାରେ ଅଛି। ଇଶ୍ବର ଯଦି ଆପଣଙ୍କ ସହିତ ଅଛନ୍ତି ତେବେ ଆପଣଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି , ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଚନୈକା ମହିଳା ଧାରଣାକୁ ଖସି ପଡ଼ିଥିଲେ। ଏତିକି ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କ ଉପସ୍ଥିତ ବୁଦ୍ଧି ହେତୁ ମହିଳାଙ୍କ ଜୀବନ ରକ୍ଷା ପାଇଯାଇଛି।
ମୁମ୍ବାଇର ବସଇ ରୋଡ ରେଲୱେ ଷ୍ଟେସନରେ ଜଣେ ମହିଳା ଯାତ୍ରୀ ଟ୍ରେନରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ଗୋଡ ଟ୍ରେନରୁ ଖସି ପଡ଼ିଥିଲା। ଆଉ ମହିଳା ଜଣକ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଧାରଣାକୁ ଖସି ପଡ଼ିଥିଲେ। ଏହି ସମୟରେ ତାଙ୍କ ଜୀବନ ପ୍ରତି ବି ବିପଦ ରହିଥିଲା। ହେଲେ ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ଉକ୍ତି ଭଳି ସେହି ପ୍ଲାଟଫର୍ମରେ ଥିବା କିଛି ଲୋକ ମହିଳାଙ୍କୁ ଧରଣା ଓ ଟ୍ରେନ ମଝିରୁ ଟାଣି ଆଣିଥିଲେ। ଏହି ଘଟଣାରେ ମହିଳା ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/09/Untitled-1-24-750x430-1.jpg)