ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ: ଅଟକି ଥିବା ଡ଼ଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡ଼ଙ୍ଗା

213

କନକ ବ୍ୟୁରୋ: ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ । ଯାନ୍ତ୍ରୀକ ତୃଟି ଯୋଗୁଁ ମଝି ଚିଲିକାରେ ଅଟକି ରହିଥିବା ଡ଼ଙ୍ଗାରୁ ଆଉ ଏକ ଡ଼ଙ୍ଗା ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ପାଖାପାଖି ଅଧଘଂଟା ଧରି ଅଟକି ରହିଥିଲା ଡ଼ଙ୍ଗା । ଯାତ୍ରୀଙ୍କୁ ଧରି ପ୍ରାୟ ୧୨ଟା ୪୫ରେ ଡଙ୍ଗାଟି ଜହ୍ନିକୁଦରୁ ସାଡପଡା ଅଭିମୁଖେ ବାହାରିଥିଲା । ଡଙ୍ଗାରେ ୨୦ରୁ ଅଧିକ ବାଇକ୍ ଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଜହ୍ନିକୁଦରୁ ୫ଶହ ମିଟର ଆସିବା ପରେ ଡଙ୍ଗାରେ ସମସ୍ୟା ଦେଖାଦେଇଥିଲା । ଯାନ୍ତ୍ରିକ ତୃଟି ଯୋଗୁଁ ଡଙ୍ଗାଟି ମଝି ଚିଲିକାରେ ଫସି ରହିଥିଲା । ଡଙ୍ଗାରେ ଥିବା ଯାତ୍ରୀମାନେ ଭୟଭିତ ଅବସ୍ଥାରେ ରହିଥିଲେ । ତେବେ ସେମାନଙ୍କୁ ଆଉ ଏକ ଡ଼ଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଛି ।