କନକ ବ୍ୟୁରୋ: କିଛି ସମସ୍ୟା ହେଲେ ଦୁଇ ଚକିଆ ବା ଚାରି ଚକିଆ ଯାନକୁ ଲୋକେ ଠେଲି ଠେଲି ନେଉଥିବା ଆପଣ ଦେଖିଥିବେ, ହେଲେ କେବେ ବିମାନକୁ ଠେଲି ନେଉଥିବା ଦେଖଛନ୍ତି? କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନେପାଳର ଏକ ବିମାନବନ୍ଦରରେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ହେଲେ ପୁରା ଘଟଣା କ’ଣ ଜାଣନ୍ତୁ ।

Advertisment

ଏହି ଘଟଣା ନେପାଳର ବାଜୁରା ଏୟାରପୋର୍ଟରେ ଘଟିଛି । ହୁମଲା ଜିଲ୍ଲାରୁ ତାରା ଏୟାର ଲାଇନ୍ସର ଏହି ବିମାନ ଆସି ଏଠାରେ ଅବତରଣ କରିଥିଲା । ଏହି ସମୟରେ ବିମାନର ଏକ ଟାୟାର ପଙ୍କଚର ହୋଇଗଲା । ବିମାନର ପଛ ଟାୟାର ଫାଟିଯାଇଥିଲା । ଏହି କାରଣରୁ ବିମାନ ରନୱେ ଉପରେ ହିଁ ଅଟକି ଯାଇଥିଲା । ହେଲେ ରନେୱେରୁ ବିମାନକୁ ହଟାଇବା ଜରୁରୀ ଥିଲା । ତେଣୁ ସେଠାରେ ପହଞ୍ଚିଥିଲେ ବିମାନବନ୍ଦରର ସୁରକ୍ଷା କର୍ମୀ । ତାଙ୍କ ସହ ଏକଜୁଟ ହୋଇଥିଲେ ଏହି ବିମାନରେ ଥିବା ଯାତ୍ରୀ । ଯାତ୍ରୀ ବିମାନକୁ ଠେଲି ଠେଲି ପାର୍କିଙ୍ଗ ସ୍ଥାନକୁ ନେଇଯାଇଥିଲେ । ଏହାପରେ ରନୱେ ଖାଲି ହୋଇଥିଲା । ଫଳରେ ଅନ୍ୟ ବିମାନ ଗୁଡିକ ଉଡାଣ କରିବା ସହ ଲ୍ୟାଣ୍ଡିଙ୍ଗ ମଧ୍ୟ କରିଥିଲା । ତେବେ ବିମାନଟିକୁ ଯାତ୍ରୀମାନେ ଠେଲି ଠେଲି ନେଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।