କରୋନା ଗଲା, ହେଲେ ଏବେ ବି ଗଡ଼ୁନି ପାସେଞ୍ଜର ଟ୍ରେନ୍ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

200

କନକ ବ୍ୟୁରୋ : କରୋନା ଗଲା, ହେଲେ ପାସେଞ୍ଜର ଟ୍ରେନ୍ ଚାଲିଲା ନାହିଁ । କରୋନାର ପ୍ରକୋପ କମିଥିବା ବେଳେ ଏବେ ବି ରାଜ୍ୟରେ ସହର–ସହର ଭିତରେ ଚାଲୁଥିବା ଅନେକ ସ୍ଥାନୀୟ ପାସେଞ୍ଜର ଟ୍ରେନ ଚାଲୁନାହିଁ । ଫଳରେ ଯାତ୍ରୀମାନେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ୩୨ଟି ପାସେଞ୍ଜର ଟ୍ରେନରୁ ବର୍ତମାନ ସୁଦ୍ଧା ୧୩ଟି ପାସେଞ୍ଜର ଟ୍ରେନ ଚାଲିଲାଣି । କେତେକ ଅସୁବିଧା ସତ୍ୱେ ବାକି ଟ୍ରେନ୍ ଚାଲିବା ପାଇଁ ବିଭିନ୍ନ ସ୍ତରରେ ପରୀକ୍ଷା ନିରୀକ୍ଷା କରାଯାଉଛି ।