କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ୍ ହେଲା ଟ୍ରେନ : ଜୁନ୍ ୨୦ ଯାଏଁ ୬ ଯୋଡା ପାସେଂଜର ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳବାଇ

ଭୁବନେଶ୍ୱର- ନୂଆ ଦିଲ୍ଲୀ, ରାଜଧାନୀ ଏକ୍ସପ୍ରେସ୍ ବି ବାତିଲ

371

କନକ ବ୍ୟୁରୋ : କୋଭିଡ୍‌କୁ ଦୃଷ୍ଟିରେ ରଖି ଜୁନ୍‌ ୨୦ ପର୍ଯ୍ୟନ୍ତ ୬ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ଉକ୍ତ ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩), ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର (୦୮୪୯୩/୦୮୪୯୪) ଟ୍ରେନ୍‌। ଜୁନ୍ ୧୭ ଓ ୧୮ ବ୍ୟତୀତ ଜୁନ୍‌ ୧୧ରୁ ୨୦ ମଧ୍ୟରେ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ପୁରୀ-କଟକ-ପୁରୀ (୦୮୪୩୨/୦୮୪୩୧), ଭୁବନେଶ୍ବର-ପଲାସା-ଭୁବନେଶ୍ବର (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର (୦୨୮୯୨/୦୨୮୯୧)। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର (୦୮୩୦୧/୦୮୩୦୨) ଟ୍ରେନ୍‌ ଜୁନ୍ ୧୨, ୧୩ ଓ ୧୯, ୨୦ (ଶନିବାର ଏବଂ ରବିବାର) ବାତିଲ୍ ରହିବ।

ଆଂଶିକ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ସ୍ପେସାଲ୍ (୦୮୪୨୮/୦୮୪୨୭) ଜୁନ୍‌ ୧୭ ଓ ୧୮ ଦିନ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ। ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର (୦୮୩୦୧/୦୮୩୦୨) ଟ୍ରେନ୍‌ ଜୁନ୍‌ ୧୧, ୧୪ରୁ ୧୮ ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡ଼ ଓ ରାୟଗଡ଼ା ମଧ୍ୟରେ ଉଭୟ ପାର୍ଶ୍ବରୁ ବାତିଲ ରହିବ। ଭୁବନେଶ୍ବର-ଜୁନାଗଡ଼ ରୋଡ୍‌-ଭୁବନେଶ୍ବର ବିଶେଷ ଟ୍ରେନ୍‌ (୦୨୦୯୭/୦୨୦୯୮) ଜୁନ୍‌ ୧୧ରୁ ୨୦ ପର୍ଯ୍ୟନ୍ତ ଭୁବନେଶ୍ବରଠାରୁ ଏବଂ ଜୁନ୍‌ ୧୨ରୁ ୨୧ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ୍‌ଠାରୁ ଉଭୟ ପାର୍ଶ୍ବରୁ ଭୁବନେଶ୍ବର ଓ ରାୟଗଡ଼ା ମଧ୍ୟରେ ଚଳାଚଳ କରିବ। ରାୟଗଡାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ। ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର୍‌ ଖୋଲା ରହିବ।

ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବି ବାତିଲ କରାଯାଇଛି । ଭୁବନେଶ୍ବରରୁ ଛାଡ଼ୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌ (୦୨୮୨୩) ଭାୟା ଟାଟା ଜୁନ୍‌ ୧୧,୧୪,୧୭ ଓ ୧୮ରେ ବାତିଲ୍‌ ରହିବ। ନୂଆଦିଲ୍ଲୀରୁ ଛାଡ଼ୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌ (୦୨୮୨୪) ଭାୟା ଟାଟା ଜୁନ୍ ୧୨,୧୫, ୧୭ ଓ ୧୯ ତାରିଖରେ, ଭୁବନେଶ୍ବରରୁ ଛାଡ଼ୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ(୦୨୮୨୫) ଭାୟା ଆଦ୍ରା ଜୁନ୍ ୧୬ରେ, ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ(୦୨୮୨୬) ଭାୟା ଆଦ୍ରା ଜୁନ୍ ୧୮ରେ, ଭୁବନେଶ୍ବରରୁ ଛାଡ଼ୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ(୦୨୮୫୫) ଭାୟା ସମ୍ବଲପୁର ଜୁନ୍ ୧୨ ଓ ୧୯ରେ, ନୂଆଦିଲ୍ଲୀରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ(୦୨୮୫୬) ଭାୟା ସମ୍ବଲପୁର ଜୁନ ୧୩ ଓ ୨୦ରେ ବାତିଲ୍‌ ରହିବ।

Comments are closed.