ମଝି ଚିଲିକାରୁ ଉଦ୍ଧାର ହେଲେ ଯାତ୍ରୀ । ବିପଦରେ ଫସିଥିଲା ୩୦ରୁ ଅଧିକ ଯାତ୍ରୀଙ୍କ ଜୀବନ । ଡଙ୍ଗାରେ ଥିଲା ଯାନ୍ତ୍ରୀକ ତ୍ରୁଟି ।

90

କନକ ବ୍ୟୁରୋ: ମଝି ଚିଲିକାରୁ ଉଦ୍ଧାର ହେଲେ ଯାତ୍ରୀ । ଅନ୍ୟ ଏକ ଡଙ୍ଗାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଜହ୍ନିକୁଦା ଘାଟରୁ ୩୦ ଯାତ୍ରୀ ସମେତ ୮ଟି ବାଇକ୍ ନେଇ ସାତପଡ଼ା ଯିବା ବେଳେ ଡଙ୍ଗାରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଡଙ୍ଗାର ମେସିନ ଖରାପ ହୋଇଯିବାରୁ ମଝି ଚିଲିକାରେ ଫସି ରହିଥିଲେ ଯାତ୍ରୀ । ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅନ୍ୟ ଏକ ଡଙ୍ଗା ପଠାଯାଇଥିଲା । ଦୀର୍ଘ ସମୟ ଫସି ରହିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।