କନକ ବ୍ୟୁରୋ : ରେଳ ଧାରଣା ଉପରେ ଭଜନ କୀର୍ତ୍ତନ ଏବଂ ଟ୍ରେନ ଆଗରେ ଅଭିନବ ପ୍ରତିବାଦ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ରେଳ ଷ୍ଟେସନରେ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନରେ ଆଜି କୃଷିବୀମା ପାଇଁ ଆନ୍ଦୋଳନ କରିଥିଲେ କୃଷକ ସଂଗଠନ । ଫଳରେ ବଲାଙ୍ଗିର ରେଳ ଷ୍ଟେସନରେ ଦିନ ୩ଟାରୁ ଅଟକି ରହିଥିଲା ହାୱାଡ଼ା-ଜଗଦଲପୁର ଏକ୍ସପ୍ରେସ ।
ସଂଧ୍ୟା ୬ଟାରେ ଆନ୍ଦୋଳନ ବନ୍ଦ ହେବା ପରେ ଟ୍ରେନ ଜଗଦଳପୁର ଅଭିମୁଖେ ଯାତ୍ରା କରିବା କଥା । କିନ୍ତୁ ଟ୍ରେନ ଆଗକୁ ନଯାଇ ହାୱାଡ଼ା ଅଭିମୁଖେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଜାଣିବା ପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ । ଜଗଦଲପୁର ଅଭିମୁଖେ ଯିବା ଦାବିରେ କିଛି ଇସ୍କନ ଭକ୍ତଙ୍କ ସହ ଯାତ୍ରୀମାନେ ଭଜନ କୀର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା ।
ଗନ୍ତବ୍ୟସ୍ଥଳ ଅଭିମୁଖେ ଗଡିଲାନି ଟ୍ରେନ, ହଙ୍ଗାମା ଗଲେ ଯାତ୍ରୀ । ରେଳ ଧାରଣାରେ ବସି ଯାତ୍ରୀ କଲେ କୀର୍ତ୍ତନ ।
/kanak/media/post_attachments/wp-content/uploads/2022/10/vlcsnap-2022-10-14-23h29m13s733.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)