ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର । ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା ଡିଜିସିଏ

306

କନକ ବ୍ୟୁରୋ : ଆଫଗାନିସ୍ତାନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଆଫଗାନ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନଟି ଭୁଲ ମାର୍ଗରେ ଯାଉଥିବା ବେଳେ ଶନିବାର ରାତିରେ ବଦଶୁଖର ଜେବକ ଜିଲ୍ଲାର ଏକ ପାହାଡ ସହ ଧକ୍କା ହୋଇଥିଲା । ପ୍ରଥମେ ଏହା ଭାରତୀୟ ବିମାନ ବୋଲି କୁହାଯାଉଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହା ଭାରତର ନୁହେଁ ବୋଲି ସ୍ପଷ୍ଟ କରିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ର ସୂଚନା ମୁତାବକ ଏହା ଭାରତୀୟ ବିମାନ ନୁହେଁ କି ଭାରତର କୌଣସି ଚାଟାର୍ଡ ବିମାନ ମଧ୍ୟ ନୁହେଁ । ଏହା ପୂର୍ବରୁ ଆଫଗାନିସ୍ତାନ ଗଣମାଧ୍ୟମ ପ୍ରଚାର କରିଥିଲା କି, ଏହା ଭାରତୀୟ ବିମାନ ବୋଲି ।

ବଦଶୁଖ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପ୍ରମୁଖ ଜବିହୁଲ୍ଲାହ ଅମିର କହିଛନ୍ତି କି ବଦଶୁଖ ଅଞ୍ଚଳରେ ଥିବା କୁରାନ-ମୁଞ୍ଜନ ଓ ଜେବକ ଜିଲଊ୍ଲା ସହ ଜଡିତ ତୋପଖାନା ପାହାଡରେ ଏହି ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରବିବାର ସକାଳେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।