ଯାତ୍ରୀଙ୍କ ପାଇଁ ରେଳ ବିଭାଗର ନୂଆ ଅଫର । ଗ୍ରାହକଙ୍କୁ ଟ୍ରେନ ଟିକେଟ ଉପରେ ମିଳିବ ରିହାତି ଓ କ୍ୟାସବ୍ୟାକ୍

Advertisment
ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ରେଳଯାତ୍ରା ସମୟରେ ଯେକୌଣସି ଅସୁବିଧା ପାଇଁ କରନ୍ତୁ ମାତ୍ର ଗୋଟିଏ କଲ୍, ଚୁଟିକିରେ ସମସ୍ୟାର ହେବ ସମାଧାନ । ଜାଣନ୍ତୁ ଟୋଲ ଫ୍ରି ନମ୍ବର

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଆଗାମୀ ଦିନରେ ଆପଣ ଯଦି ଭାରତୀୟ ରେଳ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରେଳବାଇ ଏକ ଅଫର ନେଇ ଆସିଛି। ଏଣିକି ଆପଣଙ୍କୁ ଟିକେଟ କାଟିଲା ବେଳେ ବଡ଼ ରିହାତି ମିଳିପାରେ। ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍ କର୍ପୋରେସନ ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି। ଏହି ଅଫର ଜରିଆରେ irctc.co.in କିମ୍ବା ଆଇଆରସିଟିସି ଆପରେ ଟିକେଟ କାଟିଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହିତ ୧୦୦ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନରେ ମିଳିବ।

ଆଇଆରସିଟିସି େଓ୍ଵବସାଇଟ irctc.co.in କିମ୍ବା ତାହାର ଆପରେ ଟିକେଟ ବୁକ୍ କରିବା ପରେ ପେଟିଏମ୍ ଓ ମୋବିଉଇକରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ। ଆଇଆରସିଟିସିରେ ମୋବିଉଇକର ଆପରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ମିଳିଥାଏ। ସେହିପରି ପେଟିଏମ୍, ଫ୍ଲିପକାର୍ଟ ଫୋନପେ ଜରିଆରେ ପୈଠ କଲେ ୧୦୦ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ୍ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe