ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ । ଭୋଗରାଇରୁ ଜଳେଶ୍ୱର ଯାଉଥିଲେ ।

164

କନକ ବ୍ୟୁରୋ: ବସରେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ମୃତକ ଭୋଗରାଇ ଗାଁର ଗୌରାଙ୍ଗ ପ୍ରଧାନ ବୋଲି ସୂଚନା ମିଳିଛି । କୌଣସି କାର୍ଯ୍ୟରେ ଭୋଗରାଇରୁ ମଧୁସୂଦନ ବସରେ ଚଢି ଗୌରାଙ୍ଗ ଜଳେଶ୍ୱର ଆସୁଥିଲେ । ଜଳେଶ୍ୱର ବସଷ୍ଟାଣ୍ଡରେ ବସ ଅଟକିବା ପରେ ମଧ୍ୟ ଗୌରାଙ୍ଗ ଗାଡିରୁ ଓହ୍ଲାଇନଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।