ଓଲଟିଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଏନଏଚରେ ଦୁର୍ଘଟଣା ।

2,108

କନକ ବ୍ୟୁରୋ: ଓଲଟିଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଆହତ ମେଡିକାଲରେ ଭର୍ତି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ବସଟି ଫୁଲବାଣୀରୁ ଭୁବନେଶ୍ୱର ଯାଉଥିଲା । ବେଗୁନିଆ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।