ଯାତ୍ରୀବାହୀ ବସ୍ ଓ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା । ଜଣେ ମୃତ, ୪ ଗୁରୁତର  । ଅନୁଗୁଳ ଜରପଡ଼ା ଛକରେ ଦୁର୍ଘଟଣା ।  

460

କନକ ବ୍ୟୁରୋ: ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡ଼ା ଛକରେ ଯାତ୍ରୀବାହୀ ବସ୍ ଓ ବାଲି ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ରାୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯା୍ତ୍ରୀବାହୀ ଡଲଫିନ୍ ବସ୍ ଜରପଡ଼ା ଛକ ନିକଟରେ ରାତି ପ୍ରାୟ ସାଢେ ୩ଟା ବେଳେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି । ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତଯାଇଛନ୍ତିି ।