କନକ ବ୍ୟୁରୋ: ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡ଼ା ଛକରେ ଯାତ୍ରୀବାହୀ ବସ୍ ଓ ବାଲି ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ରାୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯା୍ତ୍ରୀବାହୀ ଡଲଫିନ୍ ବସ୍ ଜରପଡ଼ା ଛକ ନିକଟରେ ରାତି ପ୍ରାୟ ସାଢେ ୩ଟା ବେଳେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି । ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତଯାଇଛନ୍ତିି ।
ଯାତ୍ରୀବାହୀ ବସ୍ ଓ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା । ଜଣେ ମୃତ, ୪ ଗୁରୁତର । ଅନୁଗୁଳ ଜରପଡ଼ା ଛକରେ ଦୁର୍ଘଟଣା ।
/kanak/media/post_attachments/wp-content/uploads/2024/04/7-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)