ଘାଟିରେ ଯାତ୍ରୀବାହୀ ବସର ବ୍ରେକଫେଲ : କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୧୫ ଗୁରୁତର

ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

238

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ । ଗୁରୁତର ଅବସ୍ଥାରେ ୧୫ଜଣ ଯାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି । କନ୍ଧମାଳ ସଙ୍କରାଖୋଲ କଇଝର ଠାରୁ ଭୁବନେଶ୍ୱର ଯାଉଥିବା ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଖଜୁରୀପଡ଼ା ଗାଡ଼ିଆପଡ଼ା ଘାଟିରେ ବ୍ରେକ୍ ଫେଲ ହୋଇ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବସରେ ଥିବା ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଛି ।