ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି ୩୦ ଯାତ୍ରୀ, ୮ ବାଇକ ।

113

କନକ ବ୍ୟୁରୋ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଝି ଚିଲିକାରେ ଡଙ୍ଗା ଫସି ରହିଛି । ଡଙ୍ଗାରେ ୩୦ ଜଣ ଯାତ୍ରୀ ଓ ୮ଟି ବାଇକ ଥିବା ଜଣାପଡିଛି । ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସକାଳ ୯ଟା ୪୦ ମିନିଟରେ ସାତପଡା ଅଭିମୁଖେ ଯାତ୍ରା କରିଥିଲା । ହେଲେ ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଡଙ୍ଗାଟି ଫସି ରହିଛି । ଡଙ୍ଗାରେ ଥିବା ଯାତ୍ରୀମାନେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।