ଜନତା କର୍ଫ୍ୟୁ ପାଇଁ କମିଶନରେଟ ପୋଲିସର ପାସ୍ ବ୍ୟବସ୍ଥା । ଜରୁରୀ କାମରେ ବାହାରକୁ ଯାଉଥିଲେ ମିଳିବ ପାସ୍ । ୧୦୦କୁ କଲ କରି ପାସ୍ ପାଇ ପାରିବେ ଆପଣ

1,601

କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ କମିଶନରେଟ୍ ପୋଲିସର ପାସ୍ ବ୍ୟବସ୍ଥା । ଏଣିକି ଘରୁ ବାହାରିବା ବେଳେ ସାଙ୍ଗରେ ପାସ ରଖିବା ବାଧ୍ୟତାମୂଳକ କରିଛି କମିଶନରେଟ୍ ପୋଲିସ୍ । ଜରୁରୀ କାମ ଯଥା ହସ୍ପିଟାଲ କିମ୍ବା ଏୟାରପୋର୍ଟକୁ ଯାଉଥିଲେ ମିଳିବ ପାସ୍ । ତେବେ ସ୍ଥାନୀୟ ଥାନା ଆଇଆଇସିଙ୍କଠାରୁ ଆପଣ ଏହି ପାସ୍ ପାଇପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ପୋଲିସ ପକ୍ଷରୁ ଜାରି ହୋଇଥିବା ଶୁଳ୍କ ଫ୍ରି ନମ୍ବର ୧୦୦କୁ କଲ କରି ନିଜ ଅସୁବିଧା ସଂପର୍କରେ ଜଣାଇବାକୁ ହେବ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ । ଯାହାକୁ ଦେଖାଇ ଆପଣ ବାହାରକୁ ଯାଇପାରିବେ । ତେବେ ଜରୁରୀକାଳୀନ ସେବା ପାଇଁ ଏହା ଉପଲବ୍ଧ କରାଯାଇଥିବା ନେଇ ସୂଚନା ଦେଲେ ଡିସିପି ଅନୁପ ସାହୁ ।

କରୋନାକୁ କାବୁ କରିବାକୁ ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଆଜି ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ବର୍ତମାନ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ ଅସ୍ତ୍ର ।

ଯଦି ସାରାଦେଶ ଏଥିରେ ସାମିଲ ହେବ ତେବେ ସମସ୍ତଙ୍କ ମଧ୍ୟରେ ଦୂରତା ବଢିବ ନିଶ୍ଚୟ । ଏବଂ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି । ଦେଶର ବହୁ ବ୍ୟକ୍ତି ଏହି ବିଷମ ପରିସ୍ଥିତିରେ ମଧ୍ୟ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ସନ୍ଧ୍ୟାରେ ଛାତ ଉପରେ ତାଳି ମାରି ଥାଳି ବଜାଇ ଧନ୍ୟବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡିଶାରେ ମଧ୍ୟ ଜୋରଦାର ସମର୍ଥନ କରିଛନ୍ତି ଜନସାଧାରଣ । ରାଜଧାନୀ ଭୁବନେଶ୍ୱରରେ ଲୋକେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଲୋକେ ଘରୁ ନବାହାରି ନଜେ ବନ୍ଦୀ ରହି କରୋନାକୁ କାବୁ କରିବାକୁ ଅଂଟା ଭିଡିଛନ୍ତି । ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶୂନ ରହିଛି । ଗାଡି ମଟର ଯାତାୟତ ବନ୍ଦ ରହିଛି । ତେବେ ରାସ୍ତାରେ କିଛି ଲୋକ ବାଇକରେ ଯାଆସ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ପୋଲିସ ଅଟକାଇ ସରକାରଙ୍କ ଗାଇଡଲାଇନ ମାନି ସଚେତନ ରହିବାକୁ ବୁଝାଉଛନ୍ତି ।