କନକ ବ୍ୟୁରୋ : ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ପ୍ରକାଶ ପାଇଛି ରେଜଲ୍ଟ । ଫଳାଫଳ ପତ୍ରିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଚଳିତ ବର୍ଷ ପାସ୍ ହାର ୭୨. ୩୩%। ଗତବର୍ଷ ତୁଳନାରେ ୪% କମ୍ ରହିଛି। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୬. ୫୬% ରହିଥିବା ବେଳେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୩୬. ୨୦% ରହିଛି । ଏଥର ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପାସ୍ ହାର ଅଧିକ ରହିଛି । ସେହିଭଳି ୬୦ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଅଧିକ ନମ୍ବର ରଖିଛନ୍ତି। ଗତବର୍ଷ ୯୦% ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୪୧। ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍ କରିଛନ୍ତି।
ତେବେ ଚଳିତ ବର୍ଷର ପରୀକ୍ଷା ଫଳ ଭଲ ଥିଲେ ମଧ୍ୟ ଏତେ ସନ୍ତୋଷଜନକ ନୁହଁ । କାହିଁକିନା ଗତବର୍ଷ ତୁଳନାରେ ଚଳିତ ବର୍ଷର ପାସ ହାର କମିଛି । ୨୦୧୮ ତୁଳନାରେ ୨୦୧୯ର ପରୀକ୍ଷା ଫଳ ୪% କମିଛି । ବର୍ଷ ୨୦୧୮ରେ ମୋଟ୍ ୯୫ହଜାର ୯୬ଜଣ ପିଲା ପରୀକ୍ଷା ଦେଇଥିଲେ । ସେ ମଧ୍ୟରୁ ୭୩ହଜାର ୨୧୧ ଜଣ ପାସ୍ କରିଥିଲେ । ୨୦୧୮ର ପାସ ହାର ଥିଲା ୭୬.୯୮% । ପାସ ହାର କମିଥିବାର କାରଣ ଜଣାପଡିନଥିଲେ ମଧ୍ୟ ରେଜଲ୍ଟ ଭଲ କରିନଥିବା କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତପ୍ରତିଶତ ହୋଇଥିବା ବେଳେ ୯ଟି କଲେଜର ରେଜଲ୍ଟ ଶୂନ ହୋଇଛି। ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍ କରିଛନ୍ତି। ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ଭବନରେ ଆୟୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ୍ର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/PASS-UP.jpg)
/kanak/media/post_attachments/wp-content/uploads/2019/06/sdfs-300x157.png)
/kanak/media/post_attachments/wp-content/uploads/2019/06/gurminder-appearing-mathematics-hindustan-government-students-discussing_aa176136-4301-11e8-873d-4d6fb1883171-768x432-300x169.jpg)