ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର । ଡାଏଲିସିସ୍‌ ଅଭାବରୁ ରୋଗୀ ମୃତ୍ୟୁ ଘଟଣା: ଯୁଦ୍ଧକାଳୀନ ଭିତ୍ତିରେ ମେସିନ୍‌ ମରାମତି

ଗୁୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା : ଭିମ୍‌ସାରରେ ଉତ୍ତେଜନା ପରେ ନିୟମ ବଦଳିଲା

କନକ ବ୍ୟୁରୋ :  ବୁର୍ଲା ବଡ଼ ଡାକ୍ତରଖାନାରୁ ଡାଏଲିସିସ୍‌ ପାଇଁ ରେଢ଼ାଖୋଲ ବ୍ଲକ ବଂଶଜାଲ ପଞ୍ଚାୟତ ହାଲି ଗ୍ରାମର ବିଶ୍ବମ୍ବର ଦେହୁରୀଙ୍କୁ କଟକ ରେଫର ପରେ ଆମ୍ବୁଲାନ୍ସ ନପାଇ ତାଙ୍କର ମୃତ୍ୟୁ ‌‌ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଖବର ପ୍ରକାଶ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ ନିର୍ଦେଶ ଦେବା ସହ ଗତ ୨୧ ତାରିଖରୁ ଅଚଳ ହୋଇ ପଡ଼ିଥିବା ଡାଏଲିସିସ୍‌ ମେସିନ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିଛନ୍ତି। ସେପଟେ, ପ୍ରାଣ ହରାଇଥିବା ରୋଗୀ ଭିନ୍ନ ଏକ ରୋଗରେ ମଧ୍ୟ ଆକ୍ରାନ୍ତ ଥିବାରୁ ଭିମ୍‌ସାରରେ ସୀମିତ ମେସିନ୍‌ରେ ତାଙ୍କର ଡାଏଲିସିସ୍‌ କରାଯିବା ସମ୍ଭବ ନଥିଲା ବୋଲି ଭିମ୍‌ସାର ମୁଖପାତ୍ର ଡା.ବେଣୁଧର ପାଣ୍ଡେ କହିଛନ୍ତି।

ଭିମ୍‌ସାରକୁ ଆସୁଥିବା ଅଷ୍ଟ୍ରିଆ ଆଣ୍ଟିଜେନ୍‌, କୋଭିଡ୍‌, ଏଚ୍‌ଆଇଭି, ଏଚ୍‌ସିବି ପଜିଟିଭ୍‌ ରୋଗୀଙ୍କ ଡାଏଲିସିସ୍‌ ପାଇଁ ଏକ ସ୍ବତନ୍ତ୍ର ମେସିନ୍‌ର ଆବଶ୍ୟକତା ରହିଥିବା ଶ୍ରୀ ପାଣ୍ଡେ କହିଛନ୍ତି। ଅପରପକ୍ଷେ, ଭିମ୍‌ସାରର ପୁରୁଣା ଡାଏଲିସିସ୍‌ ମେସିନ୍‌ ବଦଳାଇବା ଓ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ମେସିନ୍‌ ଯୋଗାଇଦେବାକୁ ସରକାରଙ୍କୁ ଚିଠି ଲେଖାଯାଉଛି ବୋଲି ଭିମ୍‌ସାର ନିର୍ଦେଶକ ପ୍ରଫେସର ବର୍ଷା ଟୁଡୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe