ମେଗା ଉଠାଜଳସେଚନ ନାଁରେ ଚାଷୀଙ୍କୁ ଧୋକା । ଉଦଘାଟନ ପରେ ବି ଆସୁନି ପାଣି, ଖତ ଖାଉଛି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପ

110

କନକ ବ୍ୟୁରୋ : ପ୍ରକଳ୍ପ ନାଁରେ ପ୍ରହସନ । ଉଦଘାଟନ ପରେ ବି ଆସୁନି ପାଣି । ପ୍ରକଳ୍ପ ଲୋକାର୍ପଣର ୧୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ  । ପ୍ରୋଜେକ୍ଟରୁ ଏବେ ପାଣି ମୁନ୍ଦେ ବି ବାହାରୁନି । ଖାଲି ସେତିକି ନୁହେଁ ପ୍ରକଳ୍ପରରେ ତାଲା ଝୁଲୁଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବର୍ଷସାରା ଚାଷୀଙ୍କ ଜମିରେ ଫସଲ ଅମଳ ହେବ ସ୍ୱପ୍ନ ଦେଖିଥିଲେ ଚାଷୀ । ଚାଷୀର ସମସ୍ତ ଦୁଃଖ ଦୂର ହେବ ବୋଲି ଭାବିଥିଲେ । ହେଲେ ସମ୍ପୁର୍ଣ୍ଣ ଓଲଟା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ କତରା ନଦୀ କୁଳରେ ତିଆରି ହୋଇଛି ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ “କଂସାପାଳ’ । ବାଙ୍ଗିରିପୋଷୀ ବ୍ଲକର କଂସାପାଳରୁ ନେଇ ଅକ୍ତାପାଳ, ବାହାଦୁରପୁର, ଚନ୍ଦନପୁର, କେନ୍ଦୁମୁଣ୍ଡି ଓ କଦମଡିହା ଆଦି ୯ଟି ଗାଁର  ୮୧୦ ହେକ୍ଟର ଚାଷ ଜମି ଜଳସେଚିତ ହେବା ନେଇ ଉଲ୍ଲେଖ ହୋଇଛି ।  ହେଲେ ପ୍ରକଳ୍ପ ମିଛି ଫେଲ୍ । ଚାଷୀର ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ସେପଟେ  ପ୍ରକଳ୍ପ ନାଁରେ ଚାଷୀଙ୍କୁ ମିଛ ସ୍ୱପ୍ନ ଦେଖାଇ ସରକାର ଚାଷୀଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ମ।।ନେ । ଏନେଇ ଦିନକୁ ଦିନ ଅସନ୍ତୋଷ ବଢିଚାଲିଛି ।

ଏହି ପ୍ରକଳ୍ପ ସମସ୍ୟା ନେଇ ଅଭିଯୋଗ କରାଯାଇଥିଲା । ହଲେ ଯନ୍ତ୍ରୀ ଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ୩ଟି ପ୍ରକଳ୍ପରୁ ହିଜଲି ଏ ବଂ ନିଶ୍ଚିନ୍ତ ପ୍ରକଳ୍ପରୁ ଚାଷୀଙ୍କ ଜମିକ ୁଜଳସେଚନ କରାଯାଉଛି  । ହେଲେ କଂସାପାଳ ପ୍ରକଳ୍ପଟିରେ ଜଳସ୍ତର ତଳେ ରହୁଛି , ଯାହା ଫଳରେ ଜମିକୁ ଜଳସେଚନ କରାଯାଇ ପାରୁନାହିଁ  । ଯେତେବେଳେ ଏହି ପ୍ରକଳ୍ପ ଟେକ୍ଓଭର କରାଗଲା ସେତେବେଳେ ସରକାରଙ୍କ ଏବିଷୟରେ ଜଣାଯାଇଛି । ଏଠାରେ ଏକ ଇନଷ୍ଟା ଷ୍ଟୋରେଜ୍ ସିଷ୍ଟମ୍ ନିର୍ମାଣ ପାଇଁ ପ୍ରପୋଜାଲ ରହିଛି  । ଏହା ନିର୍ମାଣ ହେଲେ ନଦୀ ଜଳ ସଂରକ୍ଷିତ ହେବ ଏବଂ ଏଠାରୁ ପାଣି ଉଠାଯାଇ ଜମିକୁ ଜଳସେଚିତ କରାଯାଇ ପାରିବ । ଆଉ ଏହି ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଅପେକ୍ଷାରେ ରହିଛନ୍ତି ଚାଷୀ ।

ଯଦି ନଦୀର ଜଳସ୍ତର କମ୍ ରହୁଥିଲା ତେବେ ସେତେବେବେଳେ ପ୍ରଥମେ ବନ୍ଧ ନ ବାନ୍ଧି କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କଣ ପାଇଁ କରାଯାଇଥିଲା । ଏନେଇ ପ୍ରଶ୍ନ ଉଠାଇଛି ଚାଷୀ । ।