କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ  ।

3,073

କନକ ବ୍ୟୁରୋ: କଥା ଯେମିତି କାମ ସେମିତି । ନିର୍ବାଚନ ସମୟରେ ଯେଉଁ କଥା କହୁଥିଲେ, ଅବିକଳ ସେଇଆ କରିଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡ୍କୁ ଭାଙ୍ଗି ଦେଇଛନ୍ତି କଂଗ୍ରେସ କର୍ମୀ । ଏହି ଲୁହା ବ୍ୟାରିକେଡ୍ ଭାଙ୍ଗିବା ପାଇଁ ରେଭନ୍ତ ରେଡ୍ଡି ନିର୍ବାଚନ ସମୟରେ କହୁଥିଲେ । ଏହି ବ୍ୟାରିକେଡ ଜନତା ଓ ସରକାର ଭିତରେ ବାଡ଼ ଭଳି ଠିଆ ହୋଇଛି, ଏହା ହଟିବା ଦରକାର ବୋଲି କହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭବନକୁ ଲୋକଙ୍କ ପାଇଁ ଖୋଲି ଦିଆଯିବ ବୋଲି ରେଭନ୍ତ ରେଡ୍ଡି କରୁଥିଲେ । ସତକୁ ସତ ସେଇଆ ହୋଇଛି । ଗୁରୁବାର ସକାଳେ କଂଗ୍ରେସର ଅନେକ ସମର୍ଥକ ଆସି, ଲୁହା ବ୍ୟାରିକେଡ୍କୁ ଲୁହା କଟର୍ରେ କାଟିଦେଇଥିଲେ । ପୁଲିସ ଉପସ୍ଥିତିରେ ଲୁହା ବ୍ୟାରିକେଡ୍କୁ ହଟାଯାଇଛି । ସରକାରକୁ ଆସିଲେ ପ୍ରଥମେ ଏହି ବ୍ୟାରିକେଡ୍ ହଟାଇବି ବୋଲି କହିଥିଲେ ରେଭନ୍ତ ରେଡ୍ଡି ।

ପ୍ରଗତୀ ଭବନ ଭାବେ ପରିଚିତ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏକ ଲୁହା ବ୍ୟାରିକେଡ୍୍ ଲାଗିଥିଲା । ଯେଉଁ ବ୍ୟାରିକ୍ୟାଡ୍କୁ ଲଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନା ପ୍ରଦେଶ ଗଠନ ହେବା ଦିନଠାରୁ ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ରହିଥିଲେ କେସିଆର । ହେଲେ ବିଧାନସଭା ନିର୍ବାଚନରେ ବିଆର୍ଏସ୍ ଦଳ ପରାସ୍ତ ହୋଇଛି ।