କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବଚନ, ଏବେଠୁ ଆରମ୍ଭ ହେଲାଣି ନେତାଙ୍କ ଦଳ ଡିଆଁ । ନେତା ସିନା ଗୋଟିଏ ଦଳକୁ ଛାଡ଼ି ଆଉ ଏକ ଦଳକୁ ଆପଣାଉଛନ୍ତି । ହେଲେ ଭୋଟର ନେତାକୁ କେତେ ଗ୍ରହଣ କରିବେ ତାକୁ ନେଇ କୋରାପୁଟ ରାଜନୀତି ସରଗରମ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ଆସିଲେ ନେତାମାନେ ଦଳ ଡେଇଁଥାନ୍ତି । ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳରେ ଯୋଗ ଦେଇଥାନ୍ତିି । କୋରାପୁଟ ରାଜନୀତିରେ ଏବେ ସେମିତି ପର୍ବ ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ରଘୁରାମ ମାଛ ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିଲେ । ଆଗକୁ ଜୟରାମ ପାଙ୍ଗିଙ୍କ ଭଳି ନେତା କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଛି । ଯାହାକୁ ନେଇ ରୋଚକ ହୋଇଛି କୋରାପୁଟ ରାଜନୀତି । ଅନ୍ୟପଟେ ରଘୁରାମ ବିଜେପିରେ ଯୋଗ ଦେବା ପରେ, କୋରାପୁଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।
କୋରାପୁଟ ଜିଲ୍ଲାର ଆଉ ଜଣେ ଟାଣୁଆ ନେତା ହେଉଛନ୍ତି ଜୟରାମ ପାଙ୍ଗି । ସେ ଆଗାମୀ ୧୬ ତାରିଖରେ ଭୁବନେଶ୍ୱରରେ କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଛି । ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ହାତ ଧରିବେ ବୋଲି ଘୋଷଣା କରିଛନ୍ତି । କିଛି ଦିନ ପୂର୍ବରୁ ସେ ବିଆରଏସରେ ଯୋଗ ଦେଇଥିଲେ । ହେଲେ, ଏବେ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି ।
ସେହିପରି ପୂର୍ବରୁ ବିଜେଡ଼ି ପାଇଁ କାମ କରୁଥିବା କୋରାପୁଟର ଜଣା ଶୁଣା ନେତା ହିମାଂଶୁ ମହାପାତ୍ର ଏବେ ବିଜେପିରେ ଯୋଗ ଦେଇ ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପୁର୍ବରୁ ଗୌତମ ସାମନ୍ତରାୟଙ୍କ ଉପରେ ବିଜେପି ଭରସା କରିଥିଲା । କିନ୍ତୁ ଗୌତମ ସଫଳ ହୋଇ ପାରିନଥିଲେ । ବିକଳ୍ପ ଭାବେ ଏବେ ହିମାଂଶୁ ମହାପାତ୍ର ବିଜେପିର ମଙ୍ଗ ଧରିବା ନେଇ ଚର୍ଚ୍ଚା ହେଉଛି ।
ତେବେ ଜୟରାମ ବିଧାୟକ ପ୍ରାର୍ଥୀ ହେବେ ନା ସାସଂଦ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ କରି ନାହାନ୍ତି । କାରଣ ବର୍ତମାନର ସାଂସଦ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସର ପ୍ରମୁଖ ଦାବିଦାର ରହିଛନ୍ତି ।