କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀ କରିଛି । ବର୍ଷା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ତେବେ ସେ ବିଜେପି ନେତା ରମାରଞ୍ଜନ ବଳିଆର ସିଂହଙ୍କ ବୋହୂ ମଧ୍ୟ । ରମାଙ୍କ ପୁଅ ସ୍ମୃତି ସୌରଭ ବଳିଆରସିଂହଙ୍କ ପତ୍ନୀ ।

Advertisment

ପ୍ରାର୍ଥୀ ଘୋଷଣା ପୂର୍ବରୁ ଗଣମାଧ୍ୟମ ରମାରଞ୍ଜନଙ୍କୁ ପ୍ରଶ୍ନ କରିଥିଲେ ଯେ ବର୍ଷାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଏହାର ଉତ୍ତରରେ ସେ କହିଥିଲେ, ମୁଁ ଦଳର ସାଧାରଣ ଏବଂ ଶୃଙ୍ଖଳିତ ସଭ୍ୟ, ତେଣୁ ଏ ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ । ତେବେ ଦଳ ନା ବୋହୂ ଆଗ ପ୍ରଶ୍ନରେ ସେ କହିଥିଲେ ମୁଁ ଦଳର କର୍ମୀ ଦଳ ପାଇଁ କାମ କରିବି ।

ଗୋଟିଏ ପଟେ ଦଳ ଆଉ ଗୋଟିଏ ପଟେ ବୋହୂ, ରମାରଞ୍ଜନ କାହାକୁ ସହଯୋଗ କରିବା ତାହା ଗୋଟିଏ ବଡ ପ୍ରଶ୍ନ । ବର୍ଷା କିନ୍ତୁ ଏହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଛି । ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିନାହାନ୍ତି । ଉଭୟ ପରିବାର ଆଶୀର୍ବାଦ ମୋ ସହ ରହିଛି । ମୋ ନିଷ୍ପତ୍ତିକୁ ମଧ୍ୟ ଉଭୟ ପରିବାର ସହମତି ଜଣାଇଛନ୍ତି ।