କନକ ବ୍ୟୁରୋ : ପୁଣି ଚୀନକୁ ଫେରିଲା କରୋନା । ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ପରେ ଚୀନ ସରକାରଙ୍କ ଚିନ୍ତା ବଢି ଯାଇଛି । ୨୭ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଲକଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ ।

Advertisment

ମେ ୩୦ ତାରିଖରେ ଗୁଆଙ୍ଗଡଙ୍ଗ ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ୨୭ଟି ମାମଲାରୁ ୨୦ଟି ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୭ଟି ବାହ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ବଜାର ଓ ପାର୍କ ବନ୍ଦ କରାଯାଇଛି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅତି ଜରୁରୀ ସେବା ଜାରି ରହିଛି ।