ପ୍ରଥମେ ବିବାଦ, ପରେ ବନ୍ଧୁତା ଚାହୁଁଛି ଚାଲୁ ଚାଇନା । ଏବେ ଶାନ୍ତି ଚାହିୁଁଛି ସୀମାରେ ସଂଘର୍ଷ କରୁଥିବା ଡ୍ରାଗନ ସେନା…

375

କନକ ବ୍ୟୁରୋ: ପ୍ରଥମେ ବିବାଦ, ପରେ ବନ୍ଧୁତା ଚାହୁଁଚି ଚାଲୁ ଚାଇନା । ସମୀରେ ସଂଘର୍ଷ କରୁଥିବା ଡ୍ରାଗନ ସେନା ଏବେ ଶାନ୍ତି ଚାହିୁଁଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ୱେଡଙ୍ଗ୍‌ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ । ପ୍ରାୟ ୨ ହଜାରରୁ ଅଧିକ ବର୍ଷ ଧରି ଭାରତ ଓ ଚୀନ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିଆସିଛନ୍ତି ।

ଗଲଓ୍ଵାନ ଘାଟି ସଂଘର୍ଷ ସମ୍ପର୍କରେ ସେ କହିଛନ୍ତି ଯେ ଏପରି ପରିସ୍ଥିତି ନା ଭାରତ ନା ଚୀନ, କେହି ଦେଖିବାକୁ ଚାହୁଁନାହାନ୍ତି । ଗତ ରବିବାର ଦିନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସୀମାରେ ଉତ୍ତେଜନା ହ୍ରାସ କରି ଯଥାସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ । ଏହି ବୁଝାମଣାକୁ ଭିତ୍ତି କରି ଚୀନ ନିଜ ସେନାକୁ ଫେରାଇ ନେଉଛି ।

ଦୁଇଦେଶ ମଧ୍ୟରେ ଥିବା ସୀମା ବିବାଦ ଜଟିଳ ଓ ସଂବେଦନଶୀଳ ରହିଛି । କିନ୍ତୁ ଆମକୁ ଶାନ୍ତିପୂର୍ଣ୍ଣଭାବେ ବସି ଏହାର ଏକ ଗ୍ରହଯୋଗ୍ୟ ସମାଧାନ ବାହାର କରିବାକୁ ହେବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ସଂଦେହକୁ ଦୂର କରିବାକୁ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.