ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଂଟା । ଏଣିକି ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ଉଲ୍ଲେଖ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଂଟା । ଏଣିକି ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ଉଲ୍ଲେଖ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଂଟା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ନେଇ ବିବାଦ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିଲା । ଏହାର ସମାଧାନ ପାଇଁ ରାସ୍ତା ବାହାର କରିଛନ୍ତି ରାଜ୍ୟ ସରକାର । ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ନେଇ ଚାଲିଥିବା ଯୋଜନାରେ କାହାର ଲୋଗୋ ଲାଗିବ, ଏ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି । ବିବାଦ ତେଜିବା ପରେ ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ପ୍ରଧାନମନ୍ତ୍ରୀ ଯୋଜନା ସଂପର୍କରେ ମଧ୍ୟ ଉଲ୍ଲେଖ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ଓ ରାଜ୍ୟର ଭାଗ ଅନୁସାରେ ଏହି ଯୋଜନାରେ ବର୍ଣ୍ଣନା ରହିବ । ରାଜ୍ୟ ପ୍ରକାଶ କରିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ଭାଗ ରହିଥିଲା ।

publive-image

ଏହି ଯୋଜନା ଆରମ୍ଭ ହେବା ପରଠାରୁ କେନ୍ଦ୍ର ସରକାର ୯ ହଜାର ୯୦୦ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ୬ ହଜାର ୬୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତେବେ ଯେଉଁ ହିତାଧିକାରୀ ୪ ମାସରେ ଘର ତିଆରି ଶେଷ କରିଛନ୍ତି, ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ୬ ମାସରେ ଘର ତିଆରି କରିଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି । ପ୍ରୋତ୍ସାହନ ରାଶି ବାବଦରେ ୧୦୬୯ କୋଟି ଟଙ୍କା ରାଜ୍ୟ ସରକାର ରିଲିଜ କରିଥିବା ବେଳେ ୩ ଲକ୍ଷ ୬୯ ହଜାର ହିତାଧିକାରୀଙ୍କୁ ୬୨୮ କୋଟି ଟଙ୍କା ଦିଆଯାଇଛି । ୪୪୧ କୋଟି ଟଙ୍କା ଖୁବଶୀଘ୍ର ହିତାଧିକାରୀଙ୍କୁ ଦିଆଯିବ । ଏହାକୁ ହିସାବକୁ ନେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଭାଗ ୫୬ ପ୍ରତିଶତ ଓ ରାଜ୍ୟର ଭାଗ ୪୪ ପ୍ରତିଶତ ବୋଲି କହିଛନ୍ତି ରାଜ୍ୟ ସରକାର ।

publive-image

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମୁଲତବୀ ଆଲୋଚନାରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ତମ୍ବିତୋଫାନ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶଧନ ୬୦: ୪୦ ରହିଛି। ପିଏମ୍ଏଓ୍ୱାଇ ଆରମ୍ଭ ହେବା ଦିନଠାରୁ କେନ୍ଦ୍ର ସରକାର ୯୯୦୦ ଟଙ୍କା ଦେଇଛନ୍ତି ଓ ରାଜ୍ୟ ସରକାର ଅଂଶଧନ ବାବଦରେ ୬୬୦୦ କୋଟି ଟଙ୍କା ଦେଇଛନ୍ତି। ଯେଉଁମାନେ ଏହି ପ୍ରକଳ୍ପ ୪ ଓ ୬ମାସ ମଧ୍ୟରେ ଶେଷ କରିବେ, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ୧୦୬୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯେଉଁଥିରୁ ୬୨୮ କୋଟି ଟଙ୍କା ୩.୬୯ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଯଦି ରାଜ୍ୟ ଅଂଶ ଭାବରେ ଏହାକୁ ସାମିଲ କରାଯିବ, ତେବେ ଏହି ଯୋଜନାରେ କେନ୍ଦ୍ରୀୟ ଓ ରାଜ୍ୟ ଅଂଶ ଯଥାକ୍ରମେ ୫୬: ୪୪ ହୋଇଯିବ। ଏଣୁ ଏହି ଯୋଜନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋଗୋ ବ୍ୟବହୃତ ହେବ। ଓଡ଼ିଶାରେ ଏବେ ସୁଦ୍ଧା ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ନିର୍ମାଣ ହୋଇଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe